ଟିଏମ୍‌ସି ବିଧାୟକଙ୍କ ହତ୍ୟା ପ୍ରସଙ୍ଗ, ବିଜେପି ନେତା ମୁକୁଳ ରାୟଙ୍କ ବିରୁଦ୍ଧରେ ୪ମାମଲା ରୁଜୁ

0

କୋଲକାତା ..-  ଟିଏମ୍‌ସି ବିଧାୟକ ସତ୍ୟଜିତ୍‌ ବିଶ୍ୱାସଙ୍କ ହତ୍ୟା ପ୍ରସଙ୍ଗରେ  ଟିଏମ୍‌ସି ଛାଡି ବିଜେପିରେ ସାମିଲ ହୋଇଥିବା ମୁକୁଳ ରାୟଙ୍କ ବିରୁଦ୍ଧରେ ୪ଟି ମାମଲା ରୁଜୁ କରାଯାଇଛି । ଶନିବାରରେ  ଏକ ସରସ୍ୱତୀ ପୂଜା ପାଣ୍ଡାଲ ଉଦ୍‌ଘାଟନ କରିବାକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ସତ୍ୟଜିତ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ  ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ସରସ୍ୱତୀ ପୂଜା ପାଇଁ ଆୟୋଜିତ ଏକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଫୁଲବାରୀଠାରେ ଆତତାୟୀମାନେ ଖୁବ୍‍ ନିକଟରୁ ତାଙ୍କୁ ଗୁଳି କରିଥିଲେ। ଏଥିରେ ବିଜେପି କର୍ମକର୍ତ୍ତାଙ୍କ ହାତ ଥିବା ଟିଏମ୍‍ସି ନେତା ତଥା ଜିଲା ସଭାପତି ଗୌରୀ ଶଙ୍କର ଦତ୍ତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସତ୍ୟଜିତ୍‍ଙ୍କ ପ୍ରତି ମାଟୁଆ ସଂଘର ଦୃଢ଼ ସମର୍ଥନ ଥିଲା। ବିଜେପି ମାଟୁଆ ସଂଘର ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହେବା ପରେ ଉପରୋକ୍ତ ପଦକ୍ଷେପ ନେଇଛି। ଅପରପକ୍ଷରେ ବିଜେପି ଜିଲ୍ଲା ସଭାପତି ଦିଲ୍ଲୀପ ଘୋଷ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

Leave A Reply