ସିମ୍ପାଜିଙ୍କ ମନୋରଞ୍ଜନ ପାଇଁ ଲଗାଗଲା କାର୍ଟୁନ୍ ସିରିଜ୍

କରୋନା ଭାଇରସ୍‌ର ଭୟାହବତାକୁ ଲକ୍ଷ୍ୟ କରି ଚିଡ଼ିଆଖାନାଗୁଡ଼ିକ ମଧ୍ୟ ବନ୍ଦ କରିଦିଆଯାଇଛି। ଏପରିସ୍ଥଳେ ରୁଷ୍‌ର ୱାଇଲ୍ଡ ଲାଇଫ୍ ଚିଡ଼ିଆଖାନାରେ ଥିବା ଦୁଇ ସିମ୍ପାଜି ପର୍ଯ୍ୟଟକଙ୍କୁ ନ ଦେଖି ଅବସାଦଗ୍ରସ୍ତ ହେବାର ଡାକ୍ତରୀଦଳ ଲକ୍ଷ୍ୟ କଲେ। ସେମାନଙ୍କ ମନପସନ୍ଦର ଖାଦ୍ୟ ଦିଆଯିବା ସତ୍ତ୍ବେ ଖାଇବାରେ ଆଦୌ ଆଗ୍ରହ ସିମ୍ପାଜିଙ୍କର ନଥିଲା। ଶେଷରେ ବିଶେଷଜ୍ଞ ଦଳ ଚିଡ଼ିଆଖାନା କର୍ମଚାରୀଙ୍କୁ ପ୍ରସ୍ତାବ ଦେଇଥିଲେ, ସିମ୍ପାଜିଙ୍କ ନିମନ୍ତେ ଟିଭି ଲଗାଇ କାର୍ଟୁନ୍ ସିରିଜ୍ ଦେଖାଇବା ନିମନ୍ତେ। ପ୍ରଥମେ କର୍ମଚାରୀଙ୍କୁ ଏଇ ପ୍ରସ୍ତାବ ଠିକ୍ ଲାଗିନଥିଲା, ପରେ କିନ୍ତୁ ସେମାନେ ଆଗଭର ହୋଇଥିଲେ। ସପ୍ତାହେ ତଳେ ଲୋକପ୍ରିୟ କାର୍ଟୁନ୍ ସିରିଜ୍ ସିମ୍ପାଜି ଦୁଇଜଣଙ୍କୁ ଦେଖାଇବାର ବନ୍ଦୋବସ୍ତ କରାଗଲା। ଏବେ ସେମାନେ ମନଖୁସିରେ ନିଜ ପିଞ୍ଜରାରେ ବୁଲୁଥିବାର ଦେଖାଯାଉଛି।

Comments are closed.