ଗାଜର ପିସ୍ତା ମନପସନ୍ଦ

ଆବଶ୍ୟକ ସାମଗ୍ରୀ
ଗାଜର – ୩ଟି
ଖିର – ୨କପ
ପାଉଁରୁଟି ଗୁଣ୍ଡ – ଅଳ୍ପ
କେଶର – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ଗୁଜୁରାତି – ୩ଟି
ସର – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
କିସମିସ,କାଜୁ,ପିସ୍ତାବାଦାମ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗାଜରକୁ କୋରି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗାଜରକୁ ଭାଜି ଦିଅନ୍ତୁ। ଭଲ ଭାବେ ଭାଜି ହୋଇଗଲେ ଏଥିରେ ଫୁଟା ଖିର ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ଖିର ଗରମ କରନ୍ତୁ। ଖିର ଫୁଟିଲେ ଏଥିରେ ପାଉଁରୁଟି ଗୁଣ୍ଡ,କେଶର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ଚିନି, ଗୁଜୁରାତି, ପୂର୍ବ ପ୍ରସ୍ତୁତ ଗାଜରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ପ୍ରସ୍ତୁତ ଗାଜରକୁ ଏକ ପାତ୍ରକୁ କାଢି ସର, କାଜୁ,କିସମିସ, ପିସ୍ତାବାଦାମ ପକାଇ ଭଲ ଭାବେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗାଜର ପିସ୍ତା ମନପସନ୍ଦ।

Comments are closed.