ସ୍ବାସ୍ଥ୍ୟ ପାଇଁ ହିତକାରକ ଗାଜର

ଗାଜର ଖାଇବା ଆମ ଶରୀର ପକ୍ଷେ ଅତ୍ୟନ୍ତ ଲାଭ ଦାୟକ ଅଟେ। ଗାଜରରେ ଥିବା ଔଷଧୀୟ ଗୁଣ ଆମ ଶରୀରକୁ ସୁସ୍ଥ ରଖିଥାଏ। ଶୀତ ଦିନେ ଗାଜର ପ୍ରଚୁର ମାତ୍ରାରେ ମିଳିଥାଏ। ଆସନ୍ତୁ ଜାଣିବା ଗାଜର ଆମ ଶରୀର ପାଇଁ କେତେ ଉପକାରୀ ଅଟେ।
ନିୟମିତ ଭାବେ ଗାଜର ଖାଇଲେ କିମ୍ବା ଗାଜର ରସ ପିଇଲେ ଆମ ଶରୀରରେ ରକ୍ତ ସଂଚାଳନ ଠିକ୍‍ ରୂପେ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ମଧ୍ୟ ଗାଜରକୁ ସବୁ ଦିନ ଖାଇ ପାରିବେ। ଏହା ଦ୍ୱାରା ଉଚ୍ଚ ରକ୍ତଚାପ ପରି ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବା। ହୃଦଘାତ ପରି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।
ଗାଜରରେ ଅନେକ ମାତ୍ରାରେ ଭିଟାମିନ ଏ ଥାଏ। ଛୋଟ ଛୁଆମାନଙ୍କୁ ଗାଜର ରସ ନିୟମିତ ରୂପେ ପିଇବାକୁ ଦେବା ଉଚିତ। ଛୋଟ ପିଲାମାନଙ୍କ ଦାନ୍ତ ନ ଉଠିଲା ପର୍ଯ୍ୟନ୍ତ ସେମାନଙ୍କୁ ଗାଜର ରସ ପିଇବାକୁ ଦିଅନ୍ତୁ। ଗାଜର ରସ ଦାନ୍ତ ଉଠିବାରେ ସାହାଯ୍ୟ କରିଥାଏ।
ଗାଜରରେ ଅନେକ ଔଷଧୀୟ ଗୁଣ ଥାଏ। ଏହା ଦୃଷ୍ଟି ଶକ୍ତିକୁ ଭଲ ରଖିଥାଏ ଓ ମୋତିଆବିନ୍ଦୁ ହେବାର ସମ୍ଭାବନା କମ କରିଥାଏ।
ଗାଜର ଖାଇଲେ ମୁହଁ ସୁସ୍ଥ ରହିଥାଏ ଓ ଉଜ୍ୱଳ ଦେଖାଯାଏ। ପ୍ରତିଦିନ ରାତିରେ ଖାଇସାରିବା ପରେ ଗାଜର ରସ ପିଅନ୍ତୁ।

Comments are closed.