କରୋନା ଅପଡେଟ୍: ୧୦୦୦ ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା

ବେଜିଂ : ମହାମାରୀ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ସୋମବାର ରାତି ସୁଦ୍ଧା ୧୦୦୦ ଟପିଥିବା ଜଣାପଡିଛି। ଚୀନର ଏକ ସରକାରୀ ଗଣମାଧ୍ୟମ ସୂଚନା ଅନୁସାରେ ମହାମାରୀ କରୋନରେ ବର୍ତ୍ତମାନ ସୁଦ୍ଧା ୧୦୧୧ ଜଣଙ୍କର ପ୍ରାଣହାନି ହୋଇଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୪୨ ହଜାର ୩୦୦ ଟପିଥିବା ଜଣାପଡିଛି। ଗତ ୨୪ଘଣ୍ଟା ମଧ୍ୟରେ ପ୍ରାୟ ୨ ହଜାରୁ ଉର୍ଦ୍ଧ୍ବ ନୂଆ ସଂକ୍ରମଣ ଖବର ମିଳିଛି। ସାରା ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୭୦୦ଶହରେ ପହଞ୍ଚିଥିବା ଜଣାପଡିଛି।

Comments are closed.