ହରଭଙ୍ଗା ବ୍ଲକରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା

ବ୍ଲକରୁ ୧୨ଜଣ, ପୁରୁଣାକଟକ ଥାନାରୁ ଆଉ ୭ଜଣ କର୍ମଚାରୀ ଚିହ୍ନଟ

ହରଭଙ୍ଗା : ହରଭଙ୍ଗା ବ୍ଲକରେ ଅଂଚଳରେ ଲଗାତାର ୫ ଦିନ ହେଲା କୋରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ମଙ୍ଗଳବାର ବ୍ଲକର ପୁରୁଣାକଟକରୁ ୭ଜଣ,ତିଲେଶ୍ୱର ପଂଚାୟତ ମୂଷାଢରୁ ଜଣେ,ଚାରିଛକରୁ ଜଣେ,ଲୁଣିବାହାଲ ପଂଚାୟତ ବଡବନ୍ଧରୁ ଜଣେ ଏବଂ ଆଡେଣିଗଡରୁ ୨ଜଣକୁ ମିଶାଇ ୧୨ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିନି ଦିନ ମଧ୍ୟରେ ବ୍ଲକରେ ୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି ବ୍ଲକରେ ଆଜି ହୋଇଥିବା ଏଟିଂଜେନ ଟେଷ୍ଟରୁ ପୁରୁଣାକଟକ ଥାନାରୁ ଆଉ ୭ଜଣ କର୍ମଚାରୀଙ୍କ ସହିତ ଲୁଣିବାହାଲରୁ ୦୭ଜଣ,ଚାରିଛକରୁ ୩ଜଣ ଏବଂ ତଳଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ବର୍ତମାନ ବ୍ଲକର ଜନଗହଳୀପୂର୍ଣ୍ଣ ସ୍ଥାନ ଚାରିଛକ ,ପୁରୁଣାକଟକ ଏବଂ ଲୁଣିବାହାଲ ଅଂଚଳରେ ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବା ଘଟଣା ସମସ୍ତଙ୍କ ମଧ୍ୟରେ ଭୟ ଆତଙ୍କ ସୃଷ୍ଟି କରିଛି। ଅନ୍ୟପଟେ ଦୁଇ ଦିନତଳେ ଜଣେ ସଂରପଚଙ୍କ ସହିତ ବ୍ଲକ ଚେୟାରମ୍ୟାନ ଭଳି ଜନପ୍ରତିନିଧିମାନେ କୋରୋନାରେ ଆକ୍ରାନ୍ତଥିବା ସୂଚନା ମିଳିଛି। ଦିନକୁ ଦିନ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ଏହି ଅଂଚଳରେ କୋରୋନା କଟକଣା କଡାକଡି କରାଯିବାକୁ ସାଧାରଣରେ ଦାବି ଉଠୁଛି। ଏହା ସହିତ ଏଟିଂଜେନ ଏବଂ ଆର.ଟି.ପି.ସିଆର ପରୀକ୍ଷା ଜୋରଦାର କରାଇବାକୁ ମଧ୍ୟ ଦାବି ହେଉଛି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଉଠୁଛି।

Comments are closed.