ତ୍ବଚା ଭାଙ୍ଗରୁ ବର୍ତ୍ତିବାକୁ ଚାହୁଁଥିଲେ….

– ପ୍ରଥମ କାମ ହେଲା, ଖାଦ୍ୟପାନୀୟ ବାବଦରେ ସଚେତନ ହେବା ସହ ଆଣ୍ଟି-ଅକ୍ସିଡାଣ୍ଟ ଓ ପ୍ରୋଟିନ୍ ଭରପୂର ଖାଦ୍ୟ ନିଜ ଭୋଜନରେ ସାମିଲ କରନ୍ତୁ। ଫଳ ରସ ସପ୍ତାହକୁ ୨-୩ଥର ପିଇବା ସହ ସବୁଜ ପନିପରିବା ବ୍ୟଞ୍ଜନ ଖାଇବା ହିତକାରୀ।
–  ଅନ୍ୟ ଏକ ଉତ୍ତମ ଉପାୟ ହେଉଛି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଶୁଦ୍ଧ ନଡ଼ିଆତେଲ ତ୍ବଚାରେ ମାଲିସ୍ କରନ୍ତୁ। ପୂରା ରାତି ଏହି ତେଲ ତ୍ବଚାରେ ରହିବା ପରେ ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇନେବେ। ନିୟମିତ ଏଇ ଉପାୟ କଲେ ତ୍ବଚା ଭାଙ୍ଗ ସମସ୍ୟା ଦୂର ହେଉଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
– ନଡ଼ିଆ ତେଲରେ ଅଳ୍ପ ପରିମାଣରେ ମହୁ ମିଶାଇ ମଧ୍ୟ ତ୍ବଚାରେ ଲଗାଇ ପାରିବେ। ୧୦-୧୨ ମିନିଟ୍ ପରେ ନଖଉଷୁମ ପାଣିରେ ତ୍ବଚା ଧୋଇନେବେ।
– ବୁଟ ଡାଲି ଓ ଦହିକୁ ମିଶାଇ ପ୍ୟାକ୍ ଭଳି ତ୍ବଚାରେ ଲଗାନ୍ତୁ। ଦୈନିକ ସ୍ନାନ ପୂର୍ବରୁ ଏହି ପ୍ୟାକ୍ ତ୍ବଚାରେ ଲଗାଇଲେ ଲାଭ ମିଳେ।
– ଲେମ୍ବୁରେ ଥିବା ତତ୍ତ୍ବ ମଧ୍ୟ ତ୍ବଚା ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏହି ରସକୁ ମୁହଁ, ହାତ, ଗୋଡ଼ରେ ଲଗାଇ ୧୫ ମିନିଟ୍ ପରେ ଧୋଇନିଅନ୍ତୁ।
–  ଯେ କୌଣସି ତ୍ବଚା ଚର୍ଚ୍ଚା କରିବା ପରେ ତୁରନ୍ତ ଖରାକୁ ଯାଆନ୍ତୁ ନାହିଁ। ଏହା ସହ ପ୍ରଚୁର ପରିମାଣରେ ପାଣି ପିଇବା ମଧ୍ୟ ତ୍ବଚା ନିମନ୍ତେ ଉତ୍ତମ ଖୋରାକ୍।

Comments are closed.