କେଶର ଯତ୍ନ

କେଶ ଝଡ଼ିବା, ଅକାଳରେ ପାଚିବା, ରୁପି ହେବା ଇତ୍ୟାଦି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଘରୋଇ ଉପଚାର କଲେ କେଶର ଘନତ୍ବ ବଢ଼େ।
– ନିୟମିତ କେଶରେ ପ୍ୟାକ୍ ଲଗାନ୍ତୁ। କଦଳୀକୁ ଭଲ ଭାବେ ଚକଟି ସେଥିରେ ୨ଚାମଚ ଅଲିଭ ତେଲ ମିଶାଇ ୧୫ ମିନିଟ୍ ପାଇଁ କେଶରେ ଲଗାଇବେ। ପରେ ଶ୍ୟାମ୍ପୁ କରିନେବେ। ସପ୍ତାହକୁ ଦୁଇଥର ଏଇ ପ୍ୟାକ୍ ଲଗାନ୍ତୁ।
– ଦହିରେ ବାଦାମ ତେଲ ଓ ବେସନ ଅଳ୍ପ ମିଶାଇ କେଶରେ ଲଗାଇବେ। ଏଇ ପ୍ୟାକ୍ କେଶ ଘନତ୍ବ ବଢ଼ାଇବାରେ ସହାୟକ ହୋଇଥାଏ।
– କେଶ ସଂକ୍ରମଣ ହେଉଥିଲେ କଦଳୀ ଚକଟାରେ ନିମ୍ବ ପାଉଡର ମିଶାଇ ପ୍ୟାକ୍ ଲଗାନ୍ତୁ। ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବା ଆବଶ୍ୟକ।
– ଲେମ୍ବୁ ରସରେ ବେସନ ଓ ରିଠା ପାଉଡର ମିଶାଇ କେଶରେ ପ୍ୟାକ୍ ଭଳି ଲଗାଇବେ। ଏହା ମଧ୍ୟ କେଶ ପାଇଁ ଏକ ଭଲ ପ୍ୟାକ୍। n

Comments are closed.