ଚକ୍ଷୁର ଯତ୍ନ ପାଇଁ ଆପଣାନ୍ତୁ କିଛି ସହଜ ଉପାୟ

ଗୋଲାପ ଜଳ
ଗୋଲାପ ଜଳକୁ ତୁଳା ସାହାଯ୍ୟରେ ଆଖିରେ ବ୍ୟବହାର କରିବା ଦ୍ୱାରା ଆଖି କୁଣ୍ଡାଇ ହେବା, ଲାଲ ହେବା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।
ଆଳୁର ବ୍ୟବହାର
ଆଳୁରେ ପାଣି ଭାଗ ରହିବା ସହ ଭିଟାମିନ ସି ଓ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହାକୁ ନିୟମିତ ୧୦ ରୁ ୧୫ ମିନିଟ ଲଗାଇଲେ ମଧ୍ୟ ଚକ୍ଷୁ ପାଇଁ ଖୁବ ଲାଭଦାୟକ ଅଟେ।
ଲିଚୁର ବ୍ୟବହାର
ଲିଚୁ ଖାଇବା ପାଇଁ ଯେପରି ସ୍ୱାଦିଷ୍ଟ ଅଟେ। ସେପରି ଚକ୍ଷୁ ପାଇଁ ମଧ୍ୟ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଆଖିର ଦାଗ ଦୂର କରିବା ସହ ଏହାର ଉଜ୍ୱଳତା ବଢାଇଥାଏ। ଏହାକୁ ଦୁଇଫାଳ କରି ଆଖିରେ ଲଗାଇ ୨୦ ରୁ ୩୦ ମିନିଟ ରଖିଲେ ଏହା ଆଖି ପାଇଁ ଖୁବ ଉପକାରୀ ହୋଇଥାଏ।
କାକୁଡ଼ିର ବ୍ୟବହାର
କାକୁଡ଼ିରେ ପର୍ୟ୍ୟାପ୍ତ ପରିମାଣରେ ପାଣି ଥାଏ। ଏହାର ଆଖିର ଥକ୍କାପଣ ଦୂର କରିଥାଏ। ଆଖି ତଳର କଳା ଦାଗ ଦୂର କରିବା ସହ ଏହାର ସୌନ୍ଦର୍ୟ୍ୟ ବଢାଇଥାଏ। ନିୟମତି ୧୫ ରୁ ୨୦ ମିନିଟ କାକୁଡ଼ିକୁ ଗୋଲ ଆକୃତିର ଦୁଇଫାଳ କାଟି ଆଖି ଉପରେ ରଖନ୍ତୁ। ଆଖି ପାଇଁ ଏହା ଖୁବ ଲାଭଦାୟକ ଅଟେ।

Comments are closed.