ଆଖି ତଳ କଳାଦାଗର ସରଳ ଉପଚାର

ଶୀତରେ ତ୍ବଚା ଶୁଷ୍କ ଓ ରୁକ୍ଷ ହେବା ସହ ଆଖିତଳ କଳାଦାଗ ଅଧିକ ଗାଢ଼ ଦେଖାଯାଏ। ଏଣୁ ଏଥିରୁ ବର୍ତ୍ତିବା ନିମନ୍ତେ କେତେକ ସରଳ ତଥା ଘରୋଇ ଉପଚାର କଲେ ଖୁବ୍ ଲାଭ ମିଳେ।

-ନିୟମିତ ଭାବେ ଦିନକୁ ୫-୬ଥର ଥଣ୍ଡା ପାଣିରେ ଆଖି ଓ ଚାରିପାଖରେ ଛିଟା ମାରନ୍ତୁ। ବରଫ ଘଷିଲେ ମଧ୍ୟ ଭଲ କିନ୍ତୁ ଶୀତରେ ଏହି କାରଣରୁ ଥଣ୍ଡା ଧରିବାର ଭୟ ରହିଛି।
-ପର୍ଯ୍ୟାପ୍ତ ପରିମାଣରେ ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜିନଥାଏ।
– ଘରୁ ପଦାକୁ ଯିବା ପୂର୍ବରୁ ଆଖି ତଳେ ସନ୍‌‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ।
– ନିୟମିତ ଭାବେ ୧ ମାସ ପର୍ଯ୍ୟନ୍ତ ବାଦାମ ତେଲ ମଧ୍ୟ ଆଖି ତଳ କଳାଦାଗରେ ଲଗାଇଲେ ଲାଭ ମିଳିଥାଏ।
-ଆଖି ତଳ କଳାଦାଗ ହେଉଥିଲେ କାଜଲ ନ ଲଗାଇବା ଉଚିତ, ତାହା ମଧ୍ୟ କଳାଦାଗକୁ ଅଧିକ ଗାଢ଼ କରେ।
– ଆଳୁ ରସକୁ ଦିନକୁ ୨ ଥର କଳାଦାଗରେ ଲଗାଇଲେ ତାହା ଦୂର ହୁଏ।
– ବିଶେଷଜ୍ଞଙ୍କ ମତରେ ଶରୀରରେ ଜଳର ପରିମାଣ କମ୍ ହେବା କାରଣରୁ ହିଁ କଳାଦାଗ ହୋଇଥାଏ। ପ୍ରସବ ପରେ ମହିଳାମାନେ ଏଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

Comments are closed.