କାର୍ଡ ପକ୍ଷରୁ ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ତରଫରୁ ଆଲୋଚନା ଚକ୍ର ଅନଲାଇନ ଜୁମ ଓ ଫେସବୁକ ଲାଇଭ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରାହର କୋଲକାତା ସ୍ତିତ ରାମକୃଷ୍ଣ ମିଶନ ସେଣ୍ଟନାରୀ କଲେଜର ଅଧ୍ୟକ୍ଷ ସ୍ୱାମୀ କମଳାସ୍ଥନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଓ ୟୁଥ ଡେଭଲପ୍ମେନ୍ତ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ। ସ୍ୱାମୀଜୀ ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିବା ସହିତ ଜଣେ ସମାଜ ସଂସ୍କାରକ, ଧର୍ମ ସଂସ୍କାରକ, ଭାରତୀୟ ନବଜାଗରଣର ବର୍ତ୍ତାବହ ଭାବରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଆଲୋଚନା କରିଥିଲେ। ଯୁବବିକାଶ ଦିଗରେ ସ୍ୱାମୀ ଜୀଙ୍କ ବାର୍ତ୍ତା ଆଧୁନିକ ଯୁବସମାଜ ପାଇଁ କେତେ ଜରୁରୀ ସ୍ୱାମୀଜୀ ଆଲୋକପାତ କରିଥିଲେ। ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ବିବେକାନନ୍ଦ ନନ୍ଦଙ୍କ ବାଣୀ ଓ ସାମାଜିକ ଆଧ୍ୟାତ୍ମିକ ଚେତନା ସୃଷ୍ଟିରେ କିପରି ସହାୟକ ହୋଇପାରିବ ସେ ବିଷୟରେ ସ୍ଵାମୀ ଜୀ ମତ ରଖିଥିଲେ। କାର୍ଡର ନିର୍ଦ୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନାଙ୍କ ପୌରହିତ୍ୟିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଡର ଯୁଗ୍ମ ନିର୍ଦେଶକ ଅଧ୍ୟପାକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଆଲୋଚନାଚକ୍ରର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଅଧ୍ୟପାକ ଶୁଭମ ଦାସ ପରିଚାଳନା କରିଥିଲେ। ଅନ୍ୟାନ୍ୟ ମାନ୍ୟଗଣ୍ୟମାନଙ୍କ ମଧ୍ୟରେ କାର୍ଡର ଉପଦେଷ୍ଟା ପ୍ରଫେସର ଶ୍ରୀନିବାସୁଲୁ ଏନ, ପ୍ରଫେସର ପ୍ରୀତି ଶ୍ରୀରଞ୍ଜନ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ବିକଳି ଚରଣ ଦାସ, ଡ଼ ସାମୁଏଲ ଲିମା, ଡ଼ କମଳ ପ୍ରସାଦ ମହାନ୍ତି, ଡ଼ ନୁପୁର ପଟନାୟକ, ଡ଼ ନେହା ଶର୍ମା, ଶୁଭମ ଦାସ, ଡ଼ ନିନା ଦାଶ, ଡ଼ ଅମୁଲ୍ୟ ଆଚାର୍ଯ୍ୟ, କାର୍ଡର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଚିନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ବିଶ୍ୱର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପାକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.