କାର୍ଡ ପକ୍ଷରୁ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର: ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ, ସମ୍ବଲପୁର ଆଇଆଇଏମ, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ୱ।ଲଡ଼୍ ହ୍ୟୁମାନ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟ କନ୍ଫରେନ୍ସର ୮୫ତମ ଆଲୋଚନା ଚକ୍ର ଅନଲାଇନ ଜୁମ ଓ ଫେସବୁକ ଲାଇଭ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବିକ୍ରମଶିଳା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର କୁମାର ବର ଦାସ ମୂଖ୍ୟଅତିଥି ଭାବେ ଯୋଗ ଦେଇ, ‘ଡେମୋକ୍ରାସି, ପଲିଟିକ୍ସ, ଏଜୁକେସନ ଆଣ୍ଡ ଫିୟୁଚର ଅଫ ଦି ଇଣ୍ଡିଆନ ମିଡ଼ିଲ କ୍ଲାସ’ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ।

ପ୍ରଫେସର ଦାସ ଏକବିଂଶ ଶତାବ୍ଦୀରେ ଅନଲାଇନ ଶିକ୍ଷାଦାନର ଆବଶ୍ୟକତା ଓ ଭବିଷ୍ୟତ ସମ୍ପର୍କରେ ବହୁ ତର୍କ ଉପସ୍ଥାପିତ କରିବା ସହିତ ଗଣତନ୍ତ୍ରର ବିଭିନ୍ନ ଦିଗ, ବର୍ତ୍ତମାନର ରାଜନୀତି ଓ ନାଗରିକମାନଙ୍କ ଭୂମିକା, ବିଶେଷ କରି ଯୁବ ସମାଜର ସୃଜନଶୀଳ ଓ ପ୍ରଗତିଶୀଳ ମନୋଭାବ ବିକାଶରେ ଶିକ୍ଷାର ଉପଯୋଗୀତା ବିଷୟରେ ବକ୍ତବ୍ୟ ରଖିଥିଲେ।

କନ୍ଫରେନ୍ସର କନଭେନର ତଥା ବିଶିଷ୍ଠ ଐତିହାସିକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଲେଖକ ତଥା ସମାଜସେବୀ ଚାରୁଦତ୍ତ ପାଣିଗ୍ରାହୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଶରତ କୁମାର ପାଲିତା, କାର୍ଡର ନିର୍ଦ୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କାର୍ଡର ଯୁଗ୍ମ ନିର୍ଦେଶକ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମାଜଲାଇଭ ନ୍ୟୁଜ ପୋର୍ଟାଲର କପି ଏଡିଟର ସତ୍ୟବ୍ରତ ବେହୁରା ଏବଂ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ବିଷୟ ବସ୍ତୁ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ।

ଆଲୋଚନାଚକ୍ରର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଅଧ୍ୟାପକ ଶୁଭମ ଦାସ ପରିଚାଳନା କରିଥିଲେ। ଅନ୍ୟାନ୍ୟ ମାନ୍ୟଗଣ୍ୟମାନଙ୍କ ମଧ୍ୟରେ କାର୍ଡର ଉପଦେଷ୍ଟା ପ୍ରଫେସର ଶ୍ରୀନିବାସୁଲୁ ଏନ ଏସ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ବିକଳି ଚରଣ ଦାସ, ଡ଼ ସାମୁଏଲ ଲିମା, ଡ଼ କମଳ ପ୍ରସାଦ ମହାନ୍ତି, ଡ଼ ନୁପୁର ପଟନାୟକ, ଡା. ପ୍ରୀତି ଶ୍ରୀରଞ୍ଜନ, ଡ଼ ନେହା ଶର୍ମା, ଡ଼ ଶ୍ରବଣ ବାଗ, ଡ଼ ନିନା ଦାଶ, ଡ଼ ଅମୁଲ୍ୟ ଆଚାର୍ଯ୍ୟ, କାର୍ଡର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଚିନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ବିଶ୍ୱର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟପାକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

Comments are closed.