ଅଟୋ ଓଲଟି ୫ ମହିଳା ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଖୁଞ୍ଚୀବେଡା ନିକଟରେ ଏକ ଅଟୋ ଓଲଟି ୫ ଜଣ ମହିଳା ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛି। ସମସ୍ତ ଗୁରୁତର ଆହତ ମହିଳାମାନେ ଭାଲିଆଡିହା ଓ ସିଆଳିଯୋଡା ଗ୍ରାମର ବୋଲି ଜଣାପଡ଼ିଛି। ଏମାନେ ଏକ ଅଟୋ ଯୋଗେ କୁପୁଣ୍ଡି ଗ୍ରାମରେ ହେଉଥିବା ଏକ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିବା ସମୟରେ ଖୁଞ୍ଚୀବେଡା ନିକଟରେ ଅଟୋ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟାଇ ଅଟୋ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପାଟଣା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comments are closed.