ବିଦେଶରେ ରଥଯାତ୍ରା, ହରେକୃଷ୍ଣ ଗୀତ ଗାଇ ରଥଟାଣିଲେ ବିଦେଶୀ ଭକ୍ତ

ସମାଜ ପୋର୍ଟାଲ ଡେସ୍କ : ଓଡ଼ିଶାରେ କେବଳ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ବିନା ଭକ୍ତରେ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। କୋଭିଡ୍‌-୧୯ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରି ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ସମ୍ପନ୍ନ ହୋଇଥିଲା। ତେବେ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉତ୍ସବ ବିଦେଶରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା। ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇଥିଲେ। ହରେକୃଷ୍ଣ ଗୀତ ଗାଇ ବିଦେଶରେ ଭକ୍ତମାନେ ରଥଟାଣି ଥିଲେ।  ଉଭୟ ପୁରୁଷ ଓ ମହିଳା ରଥଟଣାବେଳେ ନୃତ୍ୟକରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଜଣେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ରଥ ସମ୍ମୁଖରେ ଝାଡ଼ୁ କରି ସଫା କରୁଥିଲେ। ବିଦେଶୀ ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ରଥଟଣା ଭିଡ଼ିଓ ପୋଷ୍ଟ ହୋଇଥିଲା, ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

Comments are closed.