ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ତାଳଧ୍ବଜ ଓ ଦର୍ପଦଳନ ଓ ନନ୍ଦିଘୋଷ ରଥ

ପୁରୀ: ଶରଧାବାଲିରେ ଲାଗିଲା ଶ୍ରୀଜୀଉଙ୍କ ୩ ରଥ। ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ୩ ରଥ ପହଞ୍ଚିଛି। ତାଳଧ୍ବଜ ଓ ଦର୍ପଦଳନ ପରେ ଗହଳି ଲଗାଇ ପଛରେ ପହଞ୍ଚିଛନ୍ତି କାଳିଆ ସାଆନ୍ତ। ଆଜି ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ପୂର୍ବରୁ ଅନେକ ନୀତିକାନ୍ତି ଶେଷ କରାଯାଇଥିଲା। ଫଳରେ ସନ୍ଧ୍ୟା ୬ଟା ୩୪ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି ଶ୍ରୀଜୀଉଙ୍କ ୩ ରଥ।

ଆଜି ପବିତ୍ର ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରୁଣ୍ଡ ହୋଇଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଥଗୁଡ଼ିକ ଅତି ଶ୍ରଦ୍ଧାର ସହିତ ଟାଣିଥିଲେ। ଆଜି ଅପରାହ୍ନରୁ ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁଙ୍କ ୩ ରଥ ଟାଣି ଟାଣି ନେଇଥିଲେ। ପ୍ରଥମେ ତାଳଧ୍ବଜ ଓ ତା’ ପରେ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଏହାପରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସନ୍ଧ୍ୟା ୬.୩୪ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ପୁରୀ ବଡ଼ଦାଣ୍ଡକୁ ଏକ ଆଧ୍ୟାତ୍ମିକ ପରିବେଶରେ ପରଣିତ ହୋଇଥିଲା। ସେହିପରି ତୁରୀ-ଭେରୀ, ଘଣ୍ଟ-ଘଣ୍ଟାର ଶବ୍ଦ ପରିବେଶ ପ୍ରକମ୍ପିତ ହୋଇଥିଲା। ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ କୀର୍ତ୍ତନରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।

Comments are closed.