ନାଳକୁ ଖସିପଡ଼ିଲା କାର, ୫ ନିଖୋଜ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଉନ୍ନାଓ ଜିଲା ବାଙ୍ଗାରମାଉ-କୋତୱାଲି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ କାର ପୋଲର ରେଲିଂ ଭାଙ୍ଗି ଘୋସ କୁତବ ନାଳକୁ ଖସିପଡ଼ିଛି। ସୂଚନା ଅନୁସାରେ କାରରେ ୫ ଜଣ ଲୋକ ଥିଲେ। ଘଟଣା ବିଷୟରେ ଜାଣିବା ପରେ ଏସ୍‍ଡିଆରଏଫର ୨୦ ସଦସ୍ୟ ବିଶିଷ୍ଟ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଛନ୍ତି। ନାଳ ଗର୍ଭରେ ଥିବା କାରରେ କୌଣସି ଯାତ୍ରୀ ନାହାନ୍ତି। ଉଦ୍ଧାରକାରୀ ଦଳଙ୍କୁ କାରରୁ ଦୁଇଟି ମୋବାଇଲ ଫୋନ୍‍ ମିଳିଛି। କାରରେ ଥିବା ସମସ୍ତ ଯାତ୍ରୀ ବାଙ୍ଗାରମାଉ ଅଞ୍ଚଳ ନିବାସୀ ବୋଲି ଜାଣିବାକୁ ମିଳିଛି।

Leave A Reply