ଟ୍ରକ୍‍-କାର-ଟ୍ରକ୍‍ ଧକ୍କା : ୧୦ ମୃତ

0

ଅହମଦାବାଦ୍‍ : ଗୁଜୁରାଟ କଚ୍ଛ ଜିଲାର ଭାଚାଉରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ରବିବାର ରାତିରେ ଏକ ଲୁଣ ବୋଝେଇ ଟ୍ରକ୍‍ ଡିଭାଇଡର ଉପରେ ଚଢି ରାସ୍ତାର ଅନ୍ୟ ପାର୍ଶ୍ବକୁ ଚାଲିଯାଇଥିଲା। ବିପରୀତ ଦିଗରୁ ଆସୁଥିବା ଏକ କାର ସହ ଟ୍ରକ୍‍ଟିର ମୁହାଁମୁହିଁ ଧକ୍କା ହୋଇଥିଲା ଓ ପଛରୁ ଆସୁଥିବା ଆଉ ଏକ ଟ୍ରକ୍‍ ମଧ୍ୟ କାରକୁ ଧକ୍କା ଦେଇଥିଲା। ଦୁଇ ଟ୍ରକ୍‍ ମଧ୍ୟରେ କାରଟି ଚାପି ହୋଇ ଚୁରମାର ହୋଇଯାଇଥିଲା। କାରରେ ଥିବା ୧୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply