କାବୁଲରେ ଭୟଙ୍କର କାର୍ ବୋମା ବିସ୍ଫୋରଣ : ୯ ମୃତ, ୧୫ ଆହତ

କାବୁଲ : ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ସାଂସଦ ହାଜି ଖାନ ମହମ୍ମଦଙ୍କ ଗାଡିକୁ ଏହି ଆକ୍ରମଣ କରାଯାଇଥିଲା। ସେ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଫଗାନିସ୍ତାନ ସମାଚାର ନ୍ୟୁଜ୍ ୱେବସାଇଟ୍ ଟୋଲୋ ନ୍ୟୁଜରୁ ମିଳିଥିବା ସୂଚନା ଅନୁଯାୟୀ, ‘ଆତଙ୍କବାଦୀମାନେ ରବିବାର ଦିନ କାବୁଲର ପିଡି୫ ଅଞ୍ଚଳରେ ଆକ୍ରମଣ କରିଥିଲେ। ଆହତମାନଙ୍କ ମଧ୍ୟରେ ଶିଶୁ, ମହିଳା ଏବଂ ବୃଦ୍ଧ ମଧ୍ୟ ଅଛନ୍ତି । ବିସ୍ଫୋରଣରେ ଚାରିପାଖରେ ଥିବା ଘରଗୁଡିକ ନଷ୍ଟ ହୋଇଯାଇଛି । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ।

ଅନ୍ୟପକ୍ଷରେ ଆଫଗାନିସ୍ତାନର ଗୃହମନ୍ତ୍ରୀ ମାସୁଦ ଅନ୍ଦ୍ରାବୀ ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ 20 ଜଣ ଆହତ ହୋଇଥିବା ନିଶ୍ଚିତ କରିଛନ୍ତି।

 

Comments are closed.