କାର୍ ବୋମା ବିସ୍ଫୋରଣ: ୧୭ ମୃତ, ୩୦ ଗୁରୁତର

ଆଜି ସକାଳେ ଆଫଗାନୀସ୍ତାନରେ ଏକ କାର୍ ବୋମା ବିସ୍ଫୋରଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତ୍ୟନ୍ତ ସ୍ପର୍ଶକାତର ରହିଛି ।

ଅଲଜଜିରା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ପୁଲ ଏ ଆଲାମ ସହରର ଆଜାଦୀ ଚୌକରେ ଏହି ଦୁର୍ଘଟଣା ଘଟିଛି । ମାତ୍ର ଏଥିପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ଆଫଗାନୀସ୍ଥାନରେ ପ୍ରାୟ ସାଢ଼େ ୬ ହଜାର ପାକିସ୍ଥାନୀ ଆତଙ୍କବାଦୀ ମହଜୁଦ ଥିବା କିଛିଦିନ ତଳେ ଜାତିସଂଘ ସୁରକ୍ଷା ପରିଷଦ ସତର୍କ ସୂଚନା ଦେଇଥିଲା । ଇଦ୍ ପୂର୍ବରୁ ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । 

Comments are closed.