ଡିଭାଇଡର ସହ ପିଟି ହୋଇ ଓଲଟିଲା କାର୍‍ 

ପିପିଲ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଏକ ଇନୋଭା କାର୍‍ ଭାରସାମ୍ୟ ହରାଇ ରାସ୍ତାର ମଝିରେ ଥିବା ଡିଭାଇଡର ସହ ପିଟି ହୋଇ ଓଲଟି ପଡିଛି। ଫଳରେ କାର୍‍ରେ ଥିବା ସମସ୍ତ ଯାତ୍ରୀମାନେ ଆହତ ହୋଇଥିବା ସୂଚନା ମିଳିଛି।

 

ପୁରୀରୁ ଦୃତ ଗତିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଇନୋଭା କାର୍‍ ବୁଧବାର ରାତି ଗୋଟାଏ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ପିପିଲି ବାଇପାସ ରାସ୍ତାରେ କାର୍‍ଟି କୌଣସି କାରଣରୁ ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ସହ ପିଟି ହେବା ପରେ ଡିଭାଇଡର ମଝିରେ ଓଲଟି ପଡିଥିଲା। ଫଳରେ ଗାଡିର ଚାଳକଙ୍କ ସମେତ ଗାଡି ମଧ୍ୟରେ ଥିବା ଜଣେ ଶିଶୁ, ୨ଜଣ ମହିଳାଙ୍କ ସମେତ ସମସ୍ତ ଯାତ୍ରୀମାନେ ଆହତ ହୋଇଥିଲେ। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆହତମାନେ ଭୁବନେଶ୍ୱରର କୌଣସି ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସଂପର୍କରେ ପୁଲିସ ଠାରୁ ସୂଚନା ମିଳିଛି।

Comments are closed.