କାର ଧକ୍କାରେ ୫ବର୍ଷର ଶିଶୁ ମୃତ

ହରଭଙ୍ଗା: ବୌଦ୍ଧା ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଫୁଲବାଣୀ- ଚାରିଛକ ରାଜପଥ ଚାରିଛକ ସ୍ଥିତ ଦମକଳ ଅଫିସ ନିକଟରେ ସୋମବାର ଏକ କାର ଦୁର୍ଘଟଣାରେ ୫ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିିିଛି।

ସୂଚନା ଅନୁଯାୟୀ, ଚାରିଛକ ସ୍ଥିତ ଡମକଳ ଅଫିସ ନିକଟରେ ଜଣେ ୫ବର୍ଷର ଶିଶୁ କାର ସମ୍ମୁଖକୁ ପଳେଇ ଆସିବାରୁ କାରଟି ଭାରସାମ୍ୟ ହରାଇ ଉକ୍ତ ଶିଶୁକୁ ଧକ୍କା ଦେଇଥିଲା। ଗୁରୁତର ଶିଶୁକୁ ସଙ୍ଗେସଙ୍ଗେ ସେହି କାର ଯୋଗେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୁରୁଣାକଟକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଚାଳକକୁ ଅଟକ ରଖି ଦୁର୍ଘଟଣାର ଛାନଭିନ ଆରମ୍ଭ କରିଛି।

Comments are closed.