ଗଛରେ ପିଟି ହେଲା କାର ; ଜଣେ ମୃତ

ପାରଳାଖେମୁଣ୍ଡି : ଗଜପତି ଜିଲା କାଶୀନଗର ନିକଟ ନାବଡ଼ା ଗ୍ରାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା  ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗଜପତି ଜିଲା କାଶୀନଗର-ଗୁଣୁପୁର ରାସ୍ତା ଦେଇ ବିଳମ୍ବିତ ରାତିରେ ଏକ କାର ଯାଉଥିଲା। ଏହା ହଠାତ ଭାରସାମ୍ୟ ହରାଇ କାଶୀନଗର ନିକଟ ନାବଡ଼ା ଗାଁ ରାସ୍ତାରେଥିବା ଗଛରେ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଥିବା ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.