ଗଞ୍ଜେଇ ଚୋରା ଚାଲାଣ ବେଳେ କାର୍ ଦୁର୍ଘଟଣା : ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲାର ଆଠମଲ୍ଲିକ ଥାନା ଅନ୍ତର୍ଗତ ସତସଙ୍ଗବିହାର ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାରରେ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଓ ୨ଜଣ ଆହତ ହୋଇ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Related Posts
ସୂଚନା ଅନୁସାରେ, ଏହି କାର ଯୋଗେ ଫୁଲବାଣୀରୁ ଭୁବନେଶ୍ଵରକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ସକାଳ ୬ଟା ରୁ ୬.୩୦ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। କାରରେ ୧.୫କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଆହତମାନଙ୍କୁ ପଚରା ଉଚରା କରୁଛି।