ଢ଼େଙ୍କାନାଳ ନିକଟରେ ଓଲଟିଲା କାର; ଆଶା କର୍ମୀଙ୍କ ସହ ୨ ମୃତ

ଢ଼େଙ୍କାନାଳ: ରବିବାର ଅପରାହ୍ନରେ ଢ଼େଙ୍କାନାଳ ନିକଟରେ ଏକ କାର ଓଲଟି ୨ ଜଣ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ଡ଼୍ରାଇଭର ଫେରାର ହୋଇ ଯାଇଛି ।

ସୂଚନା ଅନୁସାରେ ନିରାଇ ଦାସ ନାମ୍ନୀ ଜଣେ ମହିଳାଙ୍କର ଅଲଟ୍ରାସାଉଣ୍ଡ କରିବା ଲାଗି ଲକ୍ଷ୍ମୀ ନାୟକ ନାମ୍ନୀ ଆଶା କର୍ମୀ ଢ଼େଙ୍କାନାଳର ଏକ ଘରୋଇ କ୍ଲିିନିକକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଦୁର୍ଘଟଣା ଯୋଗୁଁ କାରଟି ପଣ୍ଡୁଆ ଫାଣ୍ଡି ଅନ୍ର୍ତଗତ ଖତୁଆହାଟ ନିକଟରେ  ଓଲଟି ପଡ଼ିଥିଲା।

ଆହତ ପୁଷ୍ପାଞ୍ଜଳି ବେହେରା, ନିରାଇ ଦାସ ଓ ଲକ୍ଷ୍ମୀ ନାୟକଙ୍କୁ ସ୍ଥାନୀୟ ଲୋକମାନେ ଢ଼େଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ସେଠାରେ ନିରାଇ ଓ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିଲା । ଗୁରୁତର ଆହତ ପୁଷ୍ପାଞ୍ଜଳିଙ୍କୁ କଟକସ୍ଥିତ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ।

Comments are closed.