ନାଳରେ  ଚାରିଚକିଆ ଯାନ ଖସି ୩ଜଣଙ୍କର ମୃତ୍ୟୁ

ଲକ୍ଷ୍ମୌ .- ଉତ୍ତରପ୍ରଦେଶର ଫୈଜାବାଦରେ ଏକ ନାଳ ମଧ୍ୟକୁ ଚାରି ଚକିଆ ଯାନ ଖସିପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅଯୋଧ୍ୟା-ଲକ୍ଷ୍ମୌ ରାଜପଥ ୨୮ରେ ଏହି ଦୁର୍ଘଟଣା ଘଟିଛି । ଦୃତ ଗତିରେ ଆସୁଥିବା ଏକ  ଚାରି ଚକିଆ ଯାନ ନିୟନ୍ତ୍ରଣ ହରାଇ ନାଳ ମଧ୍ୟକୁ ଖସିପଡିଥିଲା । ଏଥିରେ ଯାତ୍ରା କରୁଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛି ଜଣଙ୍କୁ ଜୀବୀତ ଉଦ୍ଧାର କରାଯାଇଛି ।

ଗାଡିଚଳାକଙ୍କୁ ହଠାତ୍‌ ନିଦ ଲାଗିବାରୁ ସେ ଗାଡି ଉପରୁ ନିୟନନ୍ତ୍ରଣ ହରାଇଥିଲେ । ଏହାପରେ ଗାଡିଟି ନଳା ମଧ୍ୟରୁ ଖସିପଡିଥିବା ଜୀବୀତ ଉଦ୍ଧାର ହୋଇଥିବା ଯୁବକ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାର ସୂଚନା ପୁଲିସ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

Comments are closed.