ଇମ୍ରାନଙ୍କୁ ଅମରିନ୍ଦରଙ୍କ ଆହ୍ୱାନ; ମସୁଦ ଆଝାରକୁ ଧରିକି ଦେଖା ନହେଲେ ଆମକୁ କୁହ

0

ଚଣ୍ଡିଗଡ଼ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ପ୍ରମାଣ ମାଗିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଙ୍ଗଳବାର ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଅମରିନ୍ଦର ଟ୍ୱିଟ୍‍ କରି କହିଛନ୍ତି ଯେ ଆତଙ୍କବାଦୀ ମସୁଦ ଆଝାର ପାକିସ୍ତାନରେ ଅଛି ଓ ଇମ୍ରାନ ତାଙ୍କୁ ଧରିକି ଦେଖାନ୍ତୁ। ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାର ବି ପ୍ରମାଣ ଦିଆଯାଇଥିଲା, ହେଲେ ଫଳ କ’ଣ ହେଲା। ଜୈସ-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାର ଏବେ ବାହାୱାଲପୁରରେ ଅଛି। ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ସହଯୋଗରେ ଆକ୍ରମଣର ଯୋଜନା କରୁଛି। ତାକୁ ଧରିନପାରିଲେ ଆମକୁ କୁହ। ଆମେ ତମ ପାଇଁ ତାଙ୍କୁ ଧରିବୁ। ତେବେ ୨୬/୧୧ ମୁମ୍ବଇ ଆକ୍ରମଣର ପ୍ରମାଣ କ’ଣ ହେଲା ? ଯାହା କହୁଛ ତାହା କରିକି ଦେଖା।
ପ୍ରକାଶଯୋଗ୍ୟ ଯେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇଛନ୍ତି । ଇମ୍ରାନ କହିଛନ୍ତି ​‌ଯେ, ଭାରତ ପାକିସ୍ତାନ ବିରୋଧରେ ମିଥ୍ୟା ଆରୋପ ଲଗାଉଛି। କୌଣସି ପ୍ରମାଣ ନ ଥାଇ ଭାରତ ଏଭଳି ଅଭିଯୋଗ କରୁଛି । ଆକ୍ରମଣ ପରେ ଭାରତ ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଭାରତ ଆକ୍ରମଣ କଲେ ଆମେ ଏହାର କଡ଼ା ଜବାବ ଦେବୁ।

Leave A Reply