କ୍ୟାପିଟାଲ ହସ୍ପିଟାଲରେ ବାହାରେ ମହିଳାଙ୍କ ପ୍ରସବ

ଭୁବନେଶ୍ଵର: ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳା ଫୁଟପାଥରେ ପ୍ରସବ କରିଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଲେବର ରୁମରୁ ଆସନ ପ୍ରସବାଙ୍କୁ ଡାକ୍ତର ଫେରାଇ ଦେବାରୁ ବ୍ଲଡ ବ୍ୟାଙ୍କ ନିକଟରେ ଥିବା ଫୁଟପାଥରେ ପ୍ରସବ କରିଛନ୍ତି। ସୂଚନାଯୋଗ୍ୟ, ସାଲିଆ ସାହିର ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତରଙ୍କୁ ଦେଖାଇବା ପରେ ଲେବର ରୁମକୁ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ଯାହା ଫଳରେ ମହିଳା ଜଣଙ୍କ ବ୍ଲଡ ବ୍ୟାଙ୍କ ପାଖ ଫୁଟପାଥରେ ପ୍ରସବ କରିଥିଲେ। ଏହି ଘଟଣାରେ ସୁପରିଟେଣ୍ଡେଟ୍ କହିଛନ୍ତି ଯେ, ଏନେଇ କୌଣସି ଅଭିଯୋଗ ଆସି ନାହିଁ। ଅଭିଯୋଗ ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ।

Comments are closed.