ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ମାଲକାନଗିରି ଜିଲାର ୧୭ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ବିତରଣ କରିଛନ୍ତି । କ୍ୟାପିଟାଲ ହସ୍‌ପିଟାଲ ପରିସରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନରେ ଆୟୋଜିତ ଏହି ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ ୬ ହଜାର ଭିନ୍ନକ୍ଷମ ହିତାଧିକାରୀଙ୍କୁ ରୋବୋଟିକ୍‌ ଥେରାପି ସହାୟତା କ୍ରମେ ପ୍ରସ୍ତୁତ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କରାଯାଇଛି। ରାଉରକେଲା ଓ ବ୍ରହ୍ମପୁରଠାରେ ମଧ୍ୟ ଆଧୁନିକ ପୁନର୍ବାସ କେନ୍ଦ୍ର ଖୁବ୍‌ଶୀଘ୍ର ପ୍ରତିଷ୍ଠା କରାଯିବ ଓ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।

 

ଆଜିର କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ଉପସ୍ଥିତ ଥିଲେ। ସମସ୍ତ ହିତାଧିକାରୀଙ୍କ ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ମତବିନିମୟ କରିଥିଲେ।

Comments are closed.