କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ମଡୁଲାର ଓଟି, ବିମାନବନ୍ଦର କର୍ତ୍ତୃପକ୍ଷ ଦେବେ ୫ କୋଟି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ନିର୍ମାଣ ହେବ ମଡୁଲାର ଓଟି କ​‌େ​‌ମ୍ପ୍ଲକ୍ସ। ଦୀର୍ଘ ଦିନ ହେବ ଏନେଇ ଯୋଜନା କରାଯାଇଥିବାବେଳେ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରାୟ ୫କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ସିଏସଆର୍‍ ପାଣ୍ଠିରୁ ପ୍ରଦାନ କରାଯିବ। ପୂର୍ବରୁ ଥିବା ବିଲ୍ଡିଂରେ କ​‌େ​‌ମ୍ପ୍ଲକ୍ସ ନିର୍ମାଣ କରାଯିବ ତେଣୁ ପିଡବ୍ଲ୍ୟୁଡି ଏକ କନସଲଟାନ୍ସ ସଂସ୍ଥା ଜରିଆରେ ନକ୍ସା ପ୍ରସ୍ତୁତ କରିସାରିଛି। ଖୁବଶୀଘ୍ର ଏନେଇ ଟେଣ୍ଡର କରାଯିବ। ହସ୍ପିଟାଲର ଏକ ଡାକ୍ତରୀ ଟିମ୍‍ ସାଇଟ ପରିଦର୍ଶନ କରିଥିବାବେଳେ ପ୍ଲାନକୁ ଅନୁମୋଦନ ମିଳିସାରିଛି। ଓଟି ନିର୍ମାଣ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଦେଢ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ଟଙ୍କା ମିଳିବ। ବର୍ତ୍ତମାନ ଓଟି ପାଇଁ କାର୍ଯ୍ୟ ଚାଲିଛି। ଦେଢମାସ ମଧ୍ୟ ସମସ୍ତ କାର୍ଯ୍ୟ ସରିବ ବୋଲି ଜଣାପଡିଛି।
ଏହି ମଡୁଲାର ଓଟି ପୁରୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପର ମହଲାରେ କରାଯିବ। ନକ୍ସା ପ୍ରସ୍ତୁତ ସରିଥିବାବେଳେ ଏହି କ​‌େ​‌ମ୍ପ୍ଲକ୍ସରେ ୫ଟି ଓଟି ରହିବ। ଯେଉଁଥିରେ ରହିଛି ୨ଟି ମଡୁଲାର ଓଟି ଏବଂ ୩ଟି ସାଧାରଣ ବା ସେମି ମଡୁଲାର ଓଟି। ଏଥିରେ ମୋଟ ୧୦ଟି ଶଯ୍ୟା ରହିବ। ଅସ୍ତ୍ରୋପଚାର ପୂର୍ବରୁ ରୋଗୀର ଅବସ୍ଥା ଯାଞ୍ଚ କରିବା ପାଇଁ ୬ଟି ଶଯ୍ୟା ସହିତ ଅସ୍ତ୍ରୋପଚାର ପରେ ରୋଗୀ ରହିବା ପାଇଁ ୪ଟି ଶଯ୍ୟା କରାଯିବ। କନଫରେନ୍ସ ରୁମ ସହିତ ଆନାସ୍ଥେସିଆ ରୁମ, ସେଟଅପ୍‍ ରୁମ ଏବଂ ରିସେପସନ ରହିବ। କମ୍ପ୍ୟୁଟରାଇଜଡ୍‍ ବ୍ୟବସ୍ଥାରେ ଏହାକୁ ନିର୍ମାଣ କରାଯିବ। ଏହି କ​‌େ​‌ମ୍ପ୍ଲକ୍ସରେ ଅସ୍ଥିଶଲ୍ୟ ବିଭାଗ ଏବଂ ନ୍ୟୁରୋ ବିଭାଗରେ ଦୁଇଟି ମଡୁଲାର ଓଟି କରାଯିବ। ଏଥିରେ ଅତ୍ୟାଧୁନିକ ସରଞ୍ଜାମ ବ୍ୟବସ୍ଥିତ ରହିବ। ଗୋଟିଏ ସାଧାରଣ ଓଟି ରୁଟିନ୍‍ ସର୍ଜରୀ କରାଯିବ, ଗୋଟିଏ ଇଏନ୍‍ଟି ବିଭାଗ ସହିତ ଅନ୍ୟଟି ସେପଟିକ୍‍ ଓଟି କରାଯିବ। ଏହି ସେପଟିକ୍‍ ଓଟିରେ ଏଚ୍‍ଆଇଭି ରୋଗୀଙ୍କର ମଧ୍ୟ ଅସ୍ତ୍ରୋପଚାର କରାଯିବ। ଏହି ଓଟି ହେବା ଦ୍ୱାରା ଅନେକ ଗରିବ ରୋଗୀ ଉପକୃତ ହେବା ସହିତ ଜଟିଳ ଅସ୍ତ୍ରୋପଚାର ସହଜରେ କରାଯାଇପାରିବ ବୋଲି ବରିଷ୍ଠ ଡାକ୍ତର କହିଛନ୍ତି।

Comments are closed.