କ୍ୟାପିଟାଲ ହସ୍ପିଟାଲ,୧୫ ଦିନରେ ୧୨୦ ଏମ୍‍ଆରଆଇ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଏମ୍‍ଆରଆଇ ୟୁନିଟ୍‌ କାର୍ଯ୍ୟକ୍ଷମକୁ ୧୫ ଦିନ ଅତିକ୍ରମ କରିଛି। ଏହାରି ଭିତରେ ପ୍ରାୟ ୧୨୦ ରୋଗୀ ଉପକୃତ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ପ୍ରାୟ ୧୦୦ ରୋଗୀ ହୋଇଥିବାବେଳେ ଘରୋଇ ବା ଅନ୍ୟ ହସ୍ପିଟାଲର ୨୦ ରୋଗୀ ସେବା ପାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ହସ୍ପିଟାଲରେ ଏବେ ୨୪ ଘଣ୍ଟିଆ ଏମ୍‍ଆରଆଇ ୟୁନିଟ୍‌ କାର୍ଯ୍ୟ କରୁଛି। ଯାହାକି ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ତେବେ ଡାକ୍ତରଙ୍କ ରିକ୍ୟୁଜେସନ ପରେ ରୋଗୀଙ୍କର ଏମ୍‍ଆରଇ ହେଉଛି। ଯଦି କୌଣସି ରୋଗୀ ଅନ୍ୟ ହସ୍ପିଟାଲ ବା ଘରୋଇ ହସ୍ପିଟାଲରୁ ଆସନ୍ତି ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମ୍ମତି ବା ଡାକ୍ତରଙ୍କ ଯାଞ୍ଚ ପରେ ଏମ୍‍ଆରଇ କରାଯାଉଛି। ଏଭଳି ଅନ୍ୟ ହସ୍ପିଟାଲରୁ ଆସିଥିବା ୨୦ ରୋଗୀଙ୍କୁ ସେବା ଯୋଗାଇ ଦିଆସରିଛି। ପିପିପି ମୋଡ୍‌ରେ ମଣିପାଲର ହେଲ୍‌ଥ୍‍ମ୍ୟାପ ଡାଇଗ୍ନୋଷ୍ଟିକ୍‍ ସଂସ୍ଥା ସହିତ ଚୁକ୍ତି ହୋଇଛି। ପ୍ରତି ରୋଗୀଙ୍କ ପିଛା ସରକାର ୧୮୮୫ ଟଙ୍କା ସମ୍ପୃକ୍ତ ସଂସ୍ଥାକୁ ଦେଉଛନ୍ତି। ଏହାଛଡ଼ା ହସ୍ପିଟାଲ ଗୃହ ଯୋଗାଇଦେଇଥିବାବେଳେ ଏଠାରେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ୧୫ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଦୁଇ ରେଡିଓଲୋଜିଷ୍ଟ ଥିବାବେଳେ ଟେକ୍ନିସିଆନ, ସୁରକ୍ଷା କର୍ମୀ, ଷ୍ଟାଫ ନର୍ସ ରହିଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

Comments
Loading...