ବସ୍‍ ଷ୍ଟପ୍‍ରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‍: ୭ ମୃତ

0

କୋଏମ୍ବାଟୁର : ବସ୍‍ ରହଣି ଉପରେ ଏକ ଦ୍ରୁତଗାମୀ କାର୍‍ ମାଡ଼ିଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ କାର୍‍ଚାଳକକୁ ଗିରଫ କରିଛି। ବୁଧବାର ସ୍ଥାନୀୟ ସୁନ୍ଦରପୂରମ୍‍ ବସ୍‍ ଷ୍ଟପ୍‍ରେ ବହୁ ଲୋକ ବସ୍‍କୁ ଅପେକ୍ଷା କରିଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଦ୍ରୁତବେଗରେ ଆସୁଥିବା ‘ଅଡି’ କାର୍‍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୭ଜଣ ପ୍ରାଣ ହରାଇଥିଲେ। ବିଦ୍ୟୁତ୍‍ ଖୁଣ୍ଟ ସହିତ କିଛି ଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି। ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲା। ଉପସ୍ଥିତ ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ।

Leave A Reply