୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା : ଶୁକ୍ରବାର ସନ୍ଧ୍ୟା ସମୟରେ ଲୁହାଗୁଡ଼ି ପଞ୍ଚାୟତ ଅନ୍ତର୍ଗତ କମଳାପୁର ଚେକ୍ ଗେଟ ନିକଟରେ ମୋହନା ଆଇଆଇସି ସୁଜିତ କୁମାର ନାୟକ ଓ କର୍ମଚାରୀମାନେ ମିଳିତଭାବେ ପାଟ୍ରୋଲିଙ୍ଗ କରୁଥିବାବେଳେ ଏକ ମହିଦ୍ରା ଗାଡ଼ି ନଂ କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାବେଳେ ଗାଡି ଭିତରେ ୮ଟି ଜରି ବସ୍ତାରେ ରହିଥିବା ୨୨୫ କିଲୋ ୫ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଯାହାର ଅନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡ଼ିକୁ ଓଜନ କରାଯାଇଥିଲା । ଗଞ୍ଜେଇ ମାଫିଆ  ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ନାରାୟଣପୁର ଶାସନର ମାଧବ ବେହେରା(୩୪) । ଘଟଣାସ୍ଥଳରୁ ମାଧବକୁ ଗିରଫ କରିବା ସହ ମହିଦ୍ରା ଗାଡ଼ିକୁ ଜବତ କରି ଅନୁସନ୍ଧାନ ଜାରି ରହିଥିବା ଥାନା ପକ୍ଷରୁ ଜଣାପଡିଛି ।

Comments are closed.