ହାଥରସ୍ ବଳାତ୍କାର ଘଟଣାର ପ୍ରତିବାଦରେ ମହମବତୀ ଶୋଭାଯାତ୍ରା

ଖପ୍ରାଖୋଲ : ଉତ୍ତର ପ୍ରଦେଶର ହାଥରସ୍ ଜିଲାରେ ଘଟିଥିବା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପି ପ୍ରତିବାଦ ଓ ଆନ୍ଦୋଳନ ଦେଖାଦେଛି। ଏହି ଘଟଣାର ପ୍ରତିବାଦରେ ଏସ୍ସିଏଏସ୍ଟି ଓବିସି ମଞ୍ଚ ଖପ୍ରାଖୋଲ ଶାଖା ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଶତୃଘ୍ନ ନାୟକ, ଯଶୋନ୍ତ ବରିହା, ତନ୍ତ ଧରୁଆ, ନୀଳମଣୀ ଜାଲ, ଶ୍ରୀପତି କୁମ୍ଭାର, ମୁକେଶ ସୁନା, ନରେଶ ସୁନା, କରୁଣା ଧରୁଆ, ଧରମ ସିଂ ଧରୁଆ ପ୍ରମୁଖ ଏହି କ୍ୟାଲେଣ୍ଡର ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଖପ୍ରାଖୋଲ ବ୍ଲକ ଛକରୁ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ ପରିକ୍ରମା କରି ଥାନା ଛକରେ ପହଞ୍ଚିଥିଲା। ଶୋଭା ଯାତ୍ରାକାରୀମାନେ ନାରୀ ନିର୍ଯ୍ୟାତନା ବନ୍ଦ କରିବା ସହିତ ନାରୀ ସୁରକ୍ଷା ନେଇ ବିଭିନ୍ନ ସ୍ଲୋଗାନ ଦେବା ସହିତ ଦୋଷୀକୁ ଦଣ୍ଡ  ଦେବାକୁ ଦାବି କରିଥିଲେ।

Comments are closed.