କଲମପୁରରୁ ପୁରୁଣା ୱାରେଣ୍ଟି ଗିରଫ

କଲମପୁର :  ଗତ ୨୦୧୦ ମସିହାରୁ ନିଜ ନାମକୁ ବଦଳାଇ କଲମପୁର ଠାରେ ଆତ୍ମଗୋପନ କରି ରହୁଥିବା ଜଣେ ପୁରୁଣା ଅଭିଯୁକ୍ତକୁ ରବିବାର ପୁଲିସ ଗିରଫ କରିବାରେ ସଫଳ ହେଇଛି।
ସୂଚନା ଅନୁସାରେ ଭବାନୀପାଟଣା ଟାଉନ ଥାନା କେସ ନଂ ୯୭/୩୧/ ୨୦୧୦ରେ ଜଣେ ନାବାଳିକାକୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ ନେଇ ଏକ ମାମଲା ରୁଜୁ ହେଇଥିଲା । ଏଥିରେ ଅଭିଯୁକ୍ତ ଥିଲେ ଜୁନାଗଡ ଥାନା ଅଧିନସ୍ତ ବ୍ରାହ୍ମଣୀଗୁଡା ଗ୍ରାମର ଧନୁର୍ଯ୍ୟ ଗହୀର ଓରଫ ଧନୁ । ଏହି ଘଟଣାରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଜାମିନରେ ଆସି ଧନୁ ଫେରାର ହେବା ସହ କଲମପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ଆତ୍ମଗୋପନ କରିବା ସହ ନିଜ ନାମକୁ ଧନୁର୍ଯ୍ୟରୁ ସୁମିତ ଗଣ୍ଡ ନାମରେ ପରିଚିତ ଦେଇ ରହି ଆସୁଥିଲା । ଏହାସହ ଏଠାରେ ଜନୈକା ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲା। ନିକଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ ସେହି ଅଭିଯୁକ୍ତକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସେ କଲମପୁର ଅଞ୍ଚଳରେ ଆତ୍ମ ଗୋପନ କରିଥିବା ସୂଚନା ଦିଆଯାଇଥିଲା । ଏହି ସୂଚନାକୁ ଆଧାର କରି କଲମପୁର ଅଞ୍ଚଳରେ ନିଜର ବିଭିନ୍ନ ସୁତ୍ରକୁ ଆଧାର କରି ଯୋଜନାବଦ୍ଧ ଭାବେ ରବିବାର ସକାଳୁ କଲମପୁର ପୁଲିସ ଥାନା ଏଏସଆଇ ଶେଖର ଜେନା ଧନୁର୍ଯ୍ୟ ଗହୀର ଓରଫ ସୁମିତ ଗଣ୍ଡକୁ ଧରିବାରେ ସଫଳ ହେଇଥିଲେ। ଏହା ସହ ଏହି ଅଭିଯୁକ୍ତ ଜଣଙ୍କ ଜୁନାଗଡ ଥାନା ଅଧିନସ୍ଥ ହେଇଥିବାରୁ ଜୁନାଗଡ ଥାନାର ଏସଆଇ ଥବୀର ବରିହାଙ୍କୁ ଦିନ ୧୦ଟା ବେଳେ ହସ୍ତାନ୍ତରିତ କରିଥିଲେ । ରବିବାର ଚିହ୍ନଟ ପ୍ରକ୍ରିୟା ଶେଷ ହେଇ ସାରିଥିବା ବେଳେ ସୋମବାର ଭବାନୀପାଟଣା ଟାଉନ ଥାନାରେ ତାକୁ ହାଜର କରାଯିବ।

Comments are closed.