ସ୍ତନ କର୍କଟ କାରଣ ଓ ନିରାକରଣ

ମୁଖ୍ୟତଃ ହରମୋନ, ଅସ୍ବାସ୍ଥ୍ୟକର ଜୀବନଶୈଳୀ ଏବଂ ପରିବେଶଜନିତ କାରଣ ଯୋଗୁ ସ୍ତନ କର୍କଟ ହୋଇଥାଏ। ସ୍ତନର କୋଷଗୁଡିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଲେ କିମ୍ବା ଟ୍ୟୁମର ସୃଷ୍ଟି ହେଲେ ସ୍ତନ କର୍କଟ ହୁଏ। ଏହାର ପ୍ରକୃତ କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନଥିଲେ ମଧ୍ୟ ବୟସ ବୃଦ୍ଧି, ପାରିବାରିକ ସ୍ତରରେ ଏହି ରୋଗ ହୋଇଥିବା, ଆଗୁଆ ଋତୁସ୍ରାବ, ବିଳମ୍ବିତ ରଜ ନିବୃତି, ଗର୍ଭନିରୋଧକ ଔଷଧ ସେବନ, ବର୍ତ୍ତମାନ ଦେଖାଯାଉଥିବା ବଂଶଗତ ପରିବର୍ତ୍ତନ, ଛାତି​‌େ​‌ର ରେଡିଏସନ ଥେରାପି ଓ ହର​ମୋନ ଥେରାପିର କ୍ରମାଗତ ପ୍ରୟୋଗ, ମଦପାନ, ରଜନିବୃତି ପରବର୍ତ୍ତୀ ମେଦ ବୃଦ୍ଧି ଇତ୍ୟାଦି ଅନ୍ୟତମ କାରଣ ବୋଲି ଜଣାଯାଇଛି।

ଏହାର କେତେକ ବିପଜ୍ଜନକ ଲକ୍ଷଣ ହେଲା- ସ୍ତନ କିମ୍ବା କାଖତଳେ ନୂଆ ଫୁଲା ସୃଷ୍ଟି ହେବା, ସ୍ତନର କୌଣସି ଅଂଶ ଫୁଲିବା ବା ମୋଟା ହେବା, ଉପର ଚର୍ମରେ ଗର୍ତ୍ତ ସୃଷ୍ଟି ହେବା, ସ୍ତନ ଏବଂ ସ୍ତନାଗ୍ର ପାଖ ନାଲି ପଡିଯିବା ବା ଚର୍ମରେ ପରିବର୍ତ୍ତନ, ସ୍ତନାଗ୍ର ଭିତର ଟାଣି ହୋଇ ଯନ୍ତ୍ରଣା ହେବା, କ୍ଷୀର ବ୍ୟତୀତ ସ୍ତନାଗ୍ରରୁ ରକ୍ତ କିମ୍ବା ଅନ୍ୟ କିଛି କ୍ଷରଣ ହେବା, ସ୍ତନ ଆକୃତି ଓ ଆକାରରେ ପରିବର୍ତ୍ତନ ଏବଂ ଯନ୍ତ୍ରଣା ହେବା। ତେବେ କର୍କଟ ରୋଗ ବ୍ୟତୀତ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଏପରି ଲକ୍ଷଣ ଦେଖାଯାଇପାରେ। ଏହି ରୋଗର ଚିହ୍ନଟ ଓ ଆଗୁଆ ନିଦାନ ନିମନ୍ତେ ନିଜ ତରଫରୁ ପରୀକ୍ଷା ସହ ଏକ୍ସ-ରେ (ମାମୋଗ୍ରାଫି) କରାଇନେବା ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ଯେଉଁ ଲୋକମାନଙ୍କଠାରେ ଏହି ରୋଗର କୌଣସି ଲକ୍ଷଣ ଦେଖାଯାଇ ନଥାଏ, ସ୍କ୍ରିନିଂ ଟେଷ୍ଟ ମାଧ୍ୟମରେ ତାକୁ ଚିହ୍ନଟ କରାଯାଇପାରେ। ଅଧିକ ବିପଦପୂର୍ଣ୍ଣ ଥିବା ମହିଳା ରୋଗୀମାନେ ପ୍ରତିବର୍ଷ ସ୍ତନ ଏକ୍ସ-ରେ ଓ ଏମ୍‌ଆରଆଇ କରାଇନେବା ଉଚିତ। ବିଶେଷ କରି ୩୦ ବର୍ଷ ବୟସରୁ ସେମାନେ ଏହି ଚିକିତ୍ସା ପଦ୍ଧତି ଆରମ୍ଭ କରି ସୁସ୍ଥ ହେବା ପର୍ଯ୍ୟନ୍ତ ଜାରି ରଖିବା ଉଚିତ।

ଚିକିତ୍ସା: ଅସ୍ତ୍ରୋପଚାର, ରେଡିଓଥେରାପି ସହ ସମ୍ପୂୂର୍ଣ୍ଣ ଶରୀରର କର୍କଟ ରୋଗାକ୍ରାନ୍ତ ଜୀବକୋଷକୁ ନଷ୍ଟ କରିବା ବା କର୍କଟ ରୋଗ ଭଲ କରିବା ନିମନ୍ତେ କେତେକ ଚିକିତ୍ସା ପଦ୍ଧତି ପ୍ରୟୋଗ କରାଯାଏ, ଯଥା- କେମୋଥେରାପି, ହରମୋନ ଥେରାପି, ଟାର୍ଗେଟେଡ୍‍ ଥେରାପି। ସ୍ତନ କର୍କଟ ଚିକିତ୍ସାର କେତେକ ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ, ତେବେ ଏସବୁ ସମସ୍ୟା ଚିକିିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ହେବା ପରେ ଆପେ ଦୂର ହୋଇଯାଏ। ଖୁବ୍‍ ବେଶି ହେଲେ ଏହି ପାର୍ଶ୍ବ ପ୍ରତିକ୍ରିୟା ୧ମାସ କିମ୍ବା ୧ବର୍ଷ ପର୍ଯ୍ୟନ୍ତ ଦେଖାଦେଇଥାଏ। ଚିକିତ୍ସା ହେଉଥିବା ଅଙ୍ଗରେ କିଛି ସମୟ ପାଇଁ ସାମାନ୍ୟ ଯନ୍ତ୍ରଣା ଓ ଅସ୍ୱାଭାବିକତା ଅନୁଭବ ହେବା, ବାହୁର ମାଂସପେଶୀ ଦୁର୍ବଳ ଲାଗିବା, ସ୍ତନ ପାର୍ଶ୍ବ ଚର୍ମ ଟାଇଟ୍‍ ଲାଗିବା ଆଦି ଏହାର ଅନ୍ତର୍ଭୁକ୍ତ। ସ୍ତନ ସଂରକ୍ଷଣ ଅସ୍ତ୍ରୋପଚାର (ବ୍ରେଷ୍ଟ କଞ୍ଜର୍ଭିଙ୍ଗ୍‍ ସର୍ଜରୀ)ର ଆଦୃତି ଦିନକୁ ଦିନ ବଢିବାରେ ଲାଗିଛି। ଏ ପ୍ରକାର ଅସ୍ତ୍ରୋପଚାର ପରେ ରେଡିଓଥେରାପି ଆବଶ୍ୟକ ହୁଏ। ଏଥିରେ ଆଇଏମ୍‌ଆର୍‌ଟି, ଆଇଜିଆର୍‌ଟି, ୩ଡି-ସିଆର୍‌ଟି, ଟୋମୋ ଥେରାପି ଏବଂ ଷ୍ଟେରିଓଟାକ୍ଟିକ ରେଡିଓ ସର୍ଜରୀ ଆଦି ଅନ୍ତର୍ଭୁକ୍ତ। ଏସବୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ମୁଖ୍ୟ ଲକ୍ଷ୍ୟ ହେଉଛି ଡୋଜ୍‍ କମାଇ ପାର୍ଶ୍ବପ୍ରତିକ୍ରିୟା ହ୍ରାସ କରିବା। ଏଥିସହ ଟ୍ୟୁମର କୋଷଗୁଡିକୁ ଉପଯୁକ୍ତ ଡୋଜ୍‍ ଦେବା। ଏସବୁ ଚିକିତ୍ସା ପଦ୍ଧତି ରୋଗୀ ଠିକ୍‍ ଭାବେ ଗ୍ରହଣ କରିପାରିଥାନ୍ତି।

Comments are closed.