ଉତ୍ତରାଖଣ୍ଡ, ଗୋଆ ଓ ୟୁପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ

୧୪ରେ ମତଦାନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଉତ୍ତରାଖଣ୍ଡ ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ  ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି ଜିଲ୍ଲାର ୫୫ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୪ ତାରିଖରେ ମତଦାନ ହେବ। ଏଥିରେ ମୋଟ ୫୮୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

ସେହିପରି ଉତ୍ତରାଖଣ୍ଡରେ ବିଧାନସଭାର ୭୦ଟି ଆସନ ନିମନ୍ତେ ୬୩୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ପାଇଁ ମଧ୍ୟ ୧୪ ତାରିଖରେ ଭୋଟ ଗ୍ରହଣ କରାଯିବ। ମୋଟ ୩୦୧ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶର ଅବଶିଷ୍ଟ ପର୍ଯ୍ୟାୟ ଏବଂ ପଞ୍ଜାବ ଓ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ  ପ୍ରଚାର ଅଭିଯାନ ସରଗରମ ହୋଇଛି।

 

Comments are closed.