କ୍ୟାମ୍ପ କୋର୍ଟ ଆଇନସେବାକୁ ଆଇନଜୀବୀଙ୍କ ବିରୋଧ

0

ସମ୍ବଲପୁର: ଶନିବାର ସମ୍ବଲପୁର ମଣ୍ଡଳ କାରାଗାରାର କ୍ୟାମ୍ପ କୋର୍ଟ ବନ୍ଦ ରହିଛି । ଆଇନଜୀବୀମାନେ ଜେଲ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଫଳରେ କାରାଗାର ମଧ୍ୟକୁ ଜିଲ୍ଲା ଦୌରା ଜଜ୍‌ ଓ ଅନ୍ୟ ବିଚାରପତିଙ୍କୁ ଛାଡି ନଥିଲେ । କ୍ୟାମ୍ପ କୋର୍ଟ ଦ୍ବାରା ବଡ ବଡ ଅପରାଧୀ ଖସି ଯାଉଥିବା ଅଭିଯୋଗ କରି ଆଇନଜୀବୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ଦେଇଥିଲେ । ସେହିପରି ଗତକାଲି ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ କ୍ୟାମ୍ପ କୋର୍ଟ କାର୍ଯ୍ୟ ବନ୍ଦ ରଖିଥିଲେ ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଥିବାରୁ ରାଜ୍ୟ ଏକ ପ୍ରକାର ଆଇନ ବ୍ୟବସ୍ଥା ଅଚଳ ହୋଇ ପଡିଛି । ଛୋଟ ଛୋଟ ଅପରାଧରେ ଜଡ଼ିତ କଏଦୀମାନେ ଜାମିନ ପାଇ ପାରୁନାହାନ୍ତି । ସେଥିପାଇଁ କ୍ୟାମ୍ପ କୋର୍ଟ କରି ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୩୦, ୩୧ ଓ ନଭେମ୍ବର ୧ ତିନି ଦିନ କ୍ୟାମ୍ପ କୋର୍ଟ ସୂଚାରୁ ରୂପେ ଚାଲିଥିଲା ।

Leave A Reply