୮ ଦିନରେ କ୍ୟାମ୍ପ କୋର୍ଟ, ଜେଲ୍‌ରୁ ମୁକୁଳିଲେଣି ୪୧୩ କଏଦୀ

0

କଟକ  : ହାଇକୋର୍ଟଙ୍କ ନିର୍ଦେଶକ୍ରମେ କଟକ ଜିଲାରେ କ୍ୟାମ୍ପ କୋର୍ଟ ଚାଲିଥିବାବେଳେ ଏହି ୮ଦିନ ମଧ୍ୟରେ ୪୧୩ଜଣ କଏଦୀ ଜାମିନ ପାଇ ଜେଲରୁ ମୁକୁଳିବାରେ ସକ୍ଷମ ହୋଇଛନ୍ତି।
ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୋମବାର କଟକ ଜିଲାରେ ସମୁଦାୟ ୪୬ଜଣ କଏଦୀ ମୁକୁଳିଛନ୍ତି। କଟକ ଜିଲାର ଚୌଦ୍ୱାର କେନ୍ଦ୍ରୀୟ କାରାଗାର, ସାଲେପୁର ଉପ କାରାଗାର, ବାଙ୍କୀ ଉପ କାରାଗାର, ଆଠଗଡ଼ ଜେଲରେ କ୍ୟାମ୍ପ କୋର୍ଟ ଚାଲିଛି। ଏଠାରେ ସୂଚନାଯୋଗ୍ୟ ୨୯ତାରିଖ ଠାରୁ ଜିଲାରେ କ୍ୟାମ୍ପ କୋର୍ଟ ଆରମ୍ଭ ହୋଇଥିଲା।

Leave A Reply