କାଲିଫର୍ଣ୍ଣିଆରେ ଗୁଳି କାଣ୍ଡ ଆତତାୟୀ ସହ ୪ ମୃତ, ୧୫ ଗୁରୁତର

କାଲିଫର୍ଣ୍ଣିଆ .- ଆମେରିକାର କାଲିଫର୍ଣ୍ଣିଆରେ ଚାଲିଥିବା ଏକ ଖାଦ୍ୟ ପ୍ରଦର୍ଶନୀରେ ଜଣେ ଆତତାୟୀ ହଠାତ୍‌ ଗୁଳି ଚଳାଇବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୫ ଜଣ  ଆହତ ହୋଇଛନ୍ତି । ପୁଲିସ ଗୁଳିରେ ଆତତାୟୀ ନିହତ ହୋଇଛି । ଉତ୍ତର କାଲିଫର୍ଣ୍ଣିଆରେ ଏହି ଘଟଣା ଘଟିଛି ।  ଏକ ରାଇଫଲ୍‌ରୁ ଆତତାୟୀ ଗୁଳି ଚଲାଇଥିଲା । ଏହି ସମୟରେ ସେଠାରେ ଖାଦ୍ୟ ପ୍ରଦର୍ଶନୀ ଓ ଏକ ସଙ୍ଗୀତ ପରିବେଷ କାର୍ଯ୍ୟକ୍ରମ ଦେଖିବା ପାଇଁ ଅନେକ ଲୋକ ରହିଥିଲେ ।

ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଥିଲା । ଆତତାୟୀ ଏକ ତାର ବାଡକୁ କାଟି  ମେଳା ମଧ୍ୟକୁ ପ୍ରବେଶ କରିଥିଲା । ଏଥିରେ ଆଉଜଣେ ବ୍ୟକ୍ତି ସାମିଲ ଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ଆତତାୟୀ ଆକ୍ରମଣ କରିବା ମାତ୍ରେ ପୁଲିସ ଏହାର ଜବାବ ଦେଇଥିଲା । ପୁଲିସ ଗୁଳିରେ ଆତତାୟୀର ମୃତ୍ୟୁ ହୋଇଛି ।

ଏହି ତିନିଦିନିଆ ଖାଦ୍ୟ ପ୍ରଦର୍ଶନୀ ଓ ସଙ୍ଗୀତ ମେଳାକୁ ଏକ ଲକ୍ଷରୁ ଅଧିକ ଦର୍ଶକ ଆସିଥାଆନ୍ତି ।

Comments are closed.