କାଲିଫର୍ଣ୍ଣିଆ ଅଗ୍ନିକାଣ୍ଡରେ ୩୧ ମୃତ, ୨୨୮ ନିଖୋଜ, ବଡ ବିପର୍ଯ୍ୟୟ ଘୋଷଣା  କରିବା ପାଇଁ ଦାବି

0

ଓ୍ୱାଶିଂଟନ-  ଉତ୍ତର କାଲିଫର୍ଣ୍ଣିଆର ଜଙ୍ଗଲରେ ଭୟାବହ ନିଆଁ ଲାଗିଛି । ଏହା ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଏଥିଯୋଗୁଁ ଜଙ୍ଗଲ ନିକଟରେ ବସବାସ କରୁଥିବା ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକ ନିଜର ଗୃହ ପାଳିତ ପଶୁ  ଓ ପିଲାଛୁଆଙ୍କୁ ଧରି ନିରାପଦ ସ୍ଥାନକୁ   ପଳାଇ ଯାଉଛନ୍ତି । ଜଙ୍ଗଲରେ ଲାଗିଥିବା ନିଆଁ ପ୍ରଭାବରେ ଅନେକ ଘର ଜଳିଯାଇଛି । ସାନ୍‌ଫ୍ରାନ୍ସିସ୍କୋଠାରୁ ୨୯୦ କିଲୋମିଟର ଦୂରରେ ଥିବା ପାରାଡାଇଜ୍‌ ସହରରେ ସମସ୍ତ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ନିର୍ଦେଶ ଦିଆଯାଇଛି । ଏହି ଅଗ୍ନିକାଣ୍ଡକୁ ଆମେରିକାରେ ଏକ  ବଡ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପାଇଁ ଗଭର୍ଣ୍ଣର ଜେରି ବ୍ରାଉନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିବେଦନ କରିଛନ୍ତି  ।

ଏହି ଅଗ୍ନିକାଣ୍ଡରେ ଅତିକମ୍‌ରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୮ ଜଣ ନିଖୋଜ ହୋଇଛନ୍ତି । ଅଗ୍ନିକାଣ୍ଡରେ  ପ୍ରାୟ ୬୫ କିଲୋମିଟର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଏଥିରେ ୬,୭୦୦ଟି ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ପୋଡିଯାଇଛି । ସାନ୍‌ଫ୍ରାନ୍ସିସ୍କୋର ଠାରୁ ୨୯୦ କିଲୋମିଟର ଦୂରରେ ଥିବା ପାରାଡାଇଜ୍‌ ସହର ବେଶୀ କ୍ଷତିଗ୍ରସ୍ତ ହୋଇଛି । ଏହା କାଲିଫର୍ଣ୍ଣିଆ ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ ।

Leave A Reply