ଘର ତିଆରି କେକ୍‍

0

୪ କପ – ମଇଦା
୨ କପ -କ୍ଷୀର
୧ ଟି -ଫଳ ସେଓ
୧ କପ – ପେଷା ହୋଇଥିବା – ଚିନି
୧ ପ୍ୟାକେଟ – ବଟର
ସାମାନ୍ୟ ଲୁଣ
କାଜୁ
କିସ୍‍ମିସ
ଭ୍ୟାନିଲାଇସେନସ୍‍ ୍‍- ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା ଓ କ୍ଷୀରକୁ ଭଲ ଭାବେ ଫେଣ୍ଟନ୍ତୁ। ଏବେ ଏଥିରେ ସାମାନ୍ୟ ଲୁଣ ବଟର ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏବେ ଏଥିରେ ଫଳ ସେଓକୁ ସରୁ ସରୁ କାଟି କରି ମିଶାନ୍ତୁ। ଏହା ପରେ କାଜୁ ,କିସ୍‍ମିସ,ଭାନିଲାଇସେନସ୍‍ ପକାଇ ଏହାକୁ ୧ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ କୁକର ବସାନ୍ତୁ। ଏକ ଛୋଟ ପାତ୍ର ଭିତରେ ତେଲ ଲଗାଇ ସେଥିରେ ରଖିଥିବା ମିଶ୍ରଣକୁ ଢାଳି ,ସେହି ପାତ୍ରକୁ କୁକର ମଧ୍ୟରେ ରଖନ୍ତୁ ଓ କୁକରର ସିଟି କାଢି ଦିଅନ୍ତୁ। ୩୦ ମିନିଟ ପରେ ଏହା ସଂପୂଣ୍ଣ ପ୍ରସ୍ତୁତ ହୋଇଯିବ। ଏବେ ଏକ ପାତ୍ରକୁ କାଢି ଗରମା ଗରମ ଖାଆନ୍ତୁ।

Leave A Reply