ଫ୍ରାନ୍ସରେ ଭାରତର ସରକାରଙ୍କର ୧.୭ ବିଲିଅନ ଡଲାର ସଂପତ୍ତି ଜବତ କଲା କେର୍ଣ୍ଣ ଏନର୍ଜି

ପ୍ୟାରିସ: ଫ୍ରାନ୍ସରେ ଥିବା ଭାରତ ସରକାରଙ୍କର ୧.୭ ବିଲିଅନ ଡଲାର ମୂଲ୍ୟର ସଂପତ୍ତିକୁ କେର୍ଣ୍ଣ ଏନର୍ଜି ଜବତ କରିଛି । ସୂଚନାଯୋଗ୍ୟ ଯେ ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ଉତ୍ପାଦନକାରୀ କମ୍ପାନୀ କେର୍ଣ୍ଣ ଏନର୍ଜି ଏବଂ ଭାରତ ସରକାରଙ୍କ ମଧ୍ୟରେ ଦୀର୍ଘ ମାସ ହେଲା ବିବାଦ ଲାଗି ରହିଛି । ଏକ ଆର୍ବ୍ରିଟ୍ରେସନ ଅଦାଲତ କେର୍ଣ୍ଣ ଏନର୍ଜି ସପକ୍ଷରେ ରାୟ ଶୁଣାଇ ଏହି କମ୍ପାନୀକୁ ୧.୭ ବିଲିଅନ ଡଲାର ପ୍ରଦାନ କରିବାକୁ ଆଦେଶ ଦେବାପରେ କେର୍ଣ୍ଣ ଏଭଳି ପଦକ୍ଷେପ ନେଇଛି ।
ଜଣାଯାଇଛି ଯେ ଦୁଇ ପକ୍ଷ ମଧ୍ୟରେ ଟିକସ ବିଷୟକୁ ନେଇ ଦୀର୍ଘ ମାସ ହେଲା ବିବାଦ ଲାଗିରହିଛି । ଗତ ମଇ ମାସରେ କେର୍ଣ୍ଣ ଏନର୍ଜି ଆମେରିକାର ଏକ ଅଦାଲତରେ ଏକ ମାମଲା ଦାଏର କରିଥିଲା । ସେଥିରେ ଏହା ଏୟାର ଇଣ୍ଡିଆକୁ ଟିକସ ମାମଲାରେ ଦାୟୀ କରିବାକୁ ଆବେଦନ କରିଥିଲା । ପରେ ଅଦାଲତ ଏହାର ବିଚାର କରି କେର୍ଣ୍ଣକୁ ୧.୭ ବିଲିଅନ ଡଲାର ପ୍ରଦାନ କରିବାକୁ ଭାରତ ସରକାରଙ୍କୁ ଆଦେଶ ଦେଇଥିଲେ । ଅଦାଲତଙ୍କ ରାୟ ପରେ କେର୍ଣ୍ଣ ଫ୍ରାନ୍ସରେ ଥିବା ଭାରତ ସରକାରଙ୍କର ୧.୭ ବିଲିଅନ ଡଲାର ସଂପତ୍ତି ଜବତ କରିଥିବା ଜଣାଯାଇଛି ।

Comments are closed.