ଆଜି କ୍ୟାବିନେଟ ; ଚାଷୀଙ୍କ ଲାଗି ହୋଇପାରେ ନିଷ୍ପତ୍ତି

0

ଭୁବନେଶ୍ୱର : ଶୁକ୍ରବାର କ୍ୟାବିନେଟ ବସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୪.୩୦ରେ ବସିବାକୁ ଥିବା ବୈଠକରେ ଚାଷୀଙ୍କ ସମସ୍ୟା ଉପରେ ଏକ ବଡ଼ ଧରଣର ନିଷ୍ପତ୍ତି ଘୋଷଣା କରାଯିବାର ସମ୍ଭାବନା ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଘ ସମେତ ବିଭିନ୍ନ କୃଷକ ସଙ୍ଗଠନର ଆନ୍ଦୋଳନ ତୀବ୍ର ହେବା ଫଳରେ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କରିଥିଲେ। କମିଟି ଏହା ଉପରେ ତର୍ଜମା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଋଣ ଛାଡ଼ ପ୍ରସଙ୍ଗର ଅନୁଧ୍ୟାନ କରାଯାଉଥିବା ବୁଧବାର ସୂଚନା ଦେଇଥିଲେ। ଗୁରୁବାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମଧ୍ୟ ଏହି ପ୍ରସଙ୍ଗ ଉପରେ ସରକାର ଚିନ୍ତା କରୁଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସକାରାତ୍ମକ ମନ୍ତବ୍ୟରୁ କ୍ୟାବିନେଟରେ କୃଷି ଋଣ ଛାଡ଼ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Leave A Reply