କ୍ୟାବିନେଟ୍‍ ସଚିବଙ୍କ ବୈଠକ : କୋଭିଡ-୧୯ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ନୂଆଦିଲ୍ଲୀ : କ୍ୟାବିନେଟ୍‍ ସଚିବ ରାଜୀବ ଗୌବା ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏକ ବୈଠକରେ ସର୍ବସାଧାରଣ ସ୍ୱାସ୍ଥ୍ୟ ସେବା ବିଷୟରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟବିଭାଗ ପ୍ରଧାନ ସଚିବମାନେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଲୋସେବା ଭବନରୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇଥିଲେ ।
ବୈଠକରେ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପ୍ରଶଂସିତ ହୋଇଛି । ଅଧିକ ପରୀକ୍ଷା ହାର, ଉନ୍ନତ ଆରୋଗ୍ୟ ହାର ଏବଂ ସର୍ବନିମ୍ନ ମୃତ୍ୟୁ ହାର ସହିତ କୋଭିଡ -୧୯ ପରିଚାଳନାରେ ଅଗ୍ରଣୀ ରାଜ୍ୟ ଭାବେ ବିବେଚିତ ହୋଇଛି ।
ସେହିପରି ଚେନ୍ନାଇ, ନୂଆଦିଲ୍ଲୀ, ଅହମ୍ମଦାବାଦ, ଥାଣେ, ପୁଣେ, ହାଇଦ୍ରାବାଦ, କୋଲକାତା ହାୱଡା, ଇନ୍ଦୋର, ଜୟପୁର, ଯୋଧପୁର ଓ ତିରୁବାଲୁର ପୌର ସଂସ୍ଥାର କମିସନରମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Comments are closed.