ଷୋଡଶ ଲୋକସଭା ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଷୋଡଶ ଲୋକସଭା ଭଙ୍ଗ ପାଇଁ ସୁପାରିଶ କରିଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ।

କ୍ୟାବିନେଟ ସୁପାରିଶ ହସ୍ତଗତ ହେବାପରେ ରାଷ୍ଟ୍ରପତି ଚଳିତ ଷୋଡଶ ଲୋକସଭା ଭାଗ କରିବେ। ଆସନ୍ତା ଜୁନ ୧ରେ ଚଳିତ ଲୋକସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ, ସେହି ତାରିଖ ପୂର୍ବରୁ ସପ୍ତଦଶ ଲୋକସଭା ଗଠନ କରାଯିବ। ମୁଖ୍ୟ ନିର୍ବାଚନ କମିଶନ କିଛି ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ନବ ନିର୍ବାଚିତ ପ୍ରାର୍ଥୀ ତାଲିକା ପ୍ରଦାନ କରିବା ପରେ ଲୋକସଭା ଗଠନ ପ୍ରକ୍ରିୟା ଆରମ୍ଭ ହେବ।

Comments are closed.