ମଧ୍ୟପ୍ରଦେଶ: ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା

ଭୋପାଳ : ଦେଶରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ଭଦୋରିଆ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ଗତକାଲି କ୍ୟାବିନେଟ ବୈଠକରେ ଯୋଗଦେଇ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇଥିଲେ। ତାଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ତାଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର କୌଣସି ଲକ୍ଷଣ ନାହିଁ କିନ୍ତୁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।ବର୍ତ୍ତମାନ ତାଙ୍କ ସହ ଯୋଗାଯୋଗ କରିଥିବା ସମସ୍ତଙ୍କୁ ସତର୍କତା ଭାବରେ ସଂଗରୋଧରେ ରହିବାକୁ କୁହାଯାଇଛି ଏବଂ ସମସ୍ତଙ୍କର କରୋନା ପରୀକ୍ଷା କରାଯିବ।

Comments are closed.