ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ସାଢେ ୧୧ଟାରେ ଭିଡିଓ କନ୍‌ଫରେସିଂରେ ବସିବ ବୈଠକ

ଭୁବନେଶ୍ଵର : ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସକାଳ ସାଢେ ୧୧ଟାରେ ଭିଡିଓ କନ୍‌ଫରେସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୁରୁଛି। ତେବେ ୫ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ପରେ ବସୁଥିବା ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ବୋଲି ସମ୍ଭାବନା  ରହିଛି । କାରଣ ରାଜ୍ୟରେ ବର୍ତ୍ତମାନ କରୋନା ମୁକାବିିଲା ସହ ଫେରିଥିବା ପ୍ରବାସୀଙଙ୍କୁ କାମ ଦେବା ରାଜ୍ୟ  ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ସାଢେ ୩ ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ଅନେକ ପ୍ରବାସୀ ଆଗକୁ ଫେରିବେ । ତେଣୁ ଏମାନଙ୍କ ଥଇଥାନ ସହ ରାଜ୍ୟର ବିକାଶମୂଳକ କାର୍ୟ୍ୟ ସବୁଠାରୁ ବଡ଼ ଆହ୍ବାନ ହେବାର ସମ୍ଭାବନା ରହିଛି ।

କ୍ୟାବିନେଟ୍ ବୈଠକ ପରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ । ବିଭିନ୍ନ ଅର୍ଡିନାଂସ୍‌କୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିପାରେ। ଏହାସହ ଅର୍ଥ, ପୂର୍ତ୍ତ, ଶକ୍ତି, ସ୍ୱାସ୍ଥ୍ୟ, କୃଷି, ରାଜସ୍ୱ ଭଳି ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଏଥିସହିତ ମନ୍ତ୍ରୀ ପରିଷଦ ବୈଠକରେ ବର୍ଷକରେ ବିଭିନ୍ନ ବିଭାଗର କାର୍ୟ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିକାଶ ମନ୍ତ୍ର ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.