ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

0

ଭୁବନେଶ୍ବର: ଶୁକ୍ରବାର ଅପରାହ୍ନ ସାଢେ ୪ ଟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଚାଷୀ ସମସ୍ୟା ବୈଠକର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି । ଆସନ୍ତା ୨୪ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି । ସୂଚନା ଯୋଗ୍ୟ, ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଋଣ ଛାଡ଼ ପ୍ରସଙ୍ଗର ଅନୁଧ୍ୟାନ କରାଯାଉଥିବା ସୂଚନା ଦେଇଥିଲେ। ଏହି ପ୍ରସଙ୍ଗ ଉପରେ ସରକାର ଚିନ୍ତା କରୁଛନ୍ତି ବୋଲି ଗୁରୁବାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରତିକ୍ରିୟାରେ କହିଥିଲେ । ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସକାରାତ୍ମକ ମନ୍ତବ୍ୟରୁ କ୍ୟାବିନେଟରେ କୃଷି ଋଣ ଛାଡ଼ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଶାବ୍ୟକ୍ତ କରାଯାଉଛି । ।

Leave A Reply