ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ; ଲୋକସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ୧୬ଶ ଲୋକସଭା ଭଙ୍ଗ ପାଇଁ ରାଷ୍ଟପତିଙ୍କୁ ପ୍ରସ୍ତାବ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। କ୍ୟାବିନେଟରେ ଲୋକସଭା ଭଙ୍ଗ ପାଇଁ ସୁପାରିସ କରାଯିବା ପରେ ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଠାଯିବ। ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିବେ। ଆସନ୍ତା ଜୁନ ୩ ତାରିଖ ପର୍ଯ୍ୟନ୍ତ ୧୬ଶ ଲୋକସଭାର କାର୍ଯ୍ୟକାଳ ରହିଛି। ତେବେ ଏହା ପୂର୍ବରୁ ସପ୍ତଦଶ ଲୋକସଭା ଗଠନ କରାଯିବ। ନିର୍ବାଚନ ଆୟୋଗଙ୍କ ୩ଜଣିଆ ସଦସ୍ୟ ନବନିର୍ବାଚିତ ପ୍ରାର୍ଥୀଙ୍କ ତାଲିକା ରାଷ୍ଟ୍ରପତିଙ୍କୁ ଭେଟି ହସ୍ତାନ୍ତର କରିବା ପରେ ଲୋକସଭା ଆରମ୍ଭ ହେବ।

Comments are closed.