୧୪ ସେପ୍ଟେମ୍ବରରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ

ଆସନ୍ତା ମାସ (ସେପ୍ଟେମ୍ବର) ୧୪ରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ । ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ମଙ୍ଗଳବାର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଡ଼ାକିବାକୁ ସୁପାରିସ କରିଛି। ଏହି ଅଧିବେଶନ ସମୟରେ ୧୮ ଦିନ ସଂସଦ ଚାଲିବ ।

କୋଭିଡ଼-୧୯ ମହାମାରୀ ଦୃଷ୍ଟିରୁ ସଂସଦର ମୌସୁମୀ ଅଧିବେଶନ ନିମନ୍ତେ ଅନେକ ପ୍ରକାର ପ୍ରସ୍ତୁତି ଚାଲିଛି । ଯେପରିକି ସଂସଦ ଭବନ ଗୃହ ବ୍ୟତୀତ ଗ୍ୟାଲେରୀରେ ସାଂସଦମାନଙ୍କ ନିମନ୍ତେ ବସିବାର ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ । ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ  ସଂସଦ ଇତିହାସରେ ପ୍ରଥମଥର ପରି ଏପରି ପଦକ୍ଷେପ ନିଆଯାଉଛି । ଏପରିକି ଲବିରେ ମଧ୍ୟ ସାଂସଦଙ୍କୁ ବସିବା ବ୍ୟବସ୍ଥା କରାଯାଇପାରେ ବୋଲି ଚର୍ଚା ହୋଇଛି ।

୧୯୫୨ ମସିହା ପରେ ପ୍ରଥମଥର ପାଇଁ ଭାରତୀୟ ସଂସଦ ଇତିହାସରେ ଏପରି ଘଟଣା ପ୍ରଥମ କରି ଘଟିବ । ୬୦ ଜଣ ସାଂସଦ ଲୋକସଭା ଗୃହ ମଧ୍ୟରେ, ୫୧ଜଣ ରାଜ୍ୟସଭା ଗୃହରେ ଓ ଅବଶିଷ୍ଟ ୧୩୨ ଜଣ ଲୋକସଭା କକ୍ଷରେ ବସିବେ । ଲୋକସଭା ସଚିବାଳୟରେ ମଧ୍ୟ ବସିବା ବ୍ୟବସ୍ଥା କରାଯିବ । ବଡ଼ ସ୍କ୍ରିନ ଜରିଆରେ ବୈଠକ ହେବ ଏବଂ ଅଲଟ୍ରା ଭାଓଲେଟ୍ ଇସଇନଫେକ୍ସନ ରେଡ଼ିଏସନ ବ୍ୟବସ୍ଥା ହେବ ।

ଅଧ୍ୟାଦେଶ ନେଇ କୌଣସି କାଗଜ ଦିଆଯିବ ନାହିଁ

ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି ଯେ ସଂସଦର ଆଗାମୀ ମୌସୁମୀ ଅଧିବେଶନ ସମୟରେ କୋବିଡ଼-୧୯କୁ ଦୃଷ୍ଟିରେ ରଖି ସାଂସଦମାନଙ୍କୁ କୌଣସି କାଗଜ କପି ବା ଅଧ୍ୟାଦେଶର କାଗଜ ନକଲ ବିତରଣ ହେବ ନାହିଁ । ଡ଼ିଜିଟାଲ କପି ସାଂସଦମାନଙ୍କୁ ପ୍ରେରଣ କରାଯିବ ।

Comments are closed.